ଟାଟାଏସିଇ ଗାଡିକୁ ଧକ୍କା ଦେଲା କାର୍ : ଜଣେ ମୃତ, ୪ ଗୁରୁତର

Published By : Prameya-News7 Bureau | June 25, 2020 IST

ଜଗତସିଂହପୁର ୨୫।୬: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ କଟକ-ପାରାଦ୍ବୀପ ରାସ୍ତାର ଦଣ୍ଡାସାହୀ ଛକଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଯାତ୍ରୀବାହୀ ଟାଟାଏସିଇ ଗାଡିକୁ ଏକ ଦ୍ରୁତଗାମୀ କାର୍ ଧକ୍କା ଦେବାରୁ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତାହତ ସମସ୍ତେ ସ୍ଥାନୀୟ ଦଣ୍ଡାସାହି ଗ୍ରାମର ବୋଲି ଜଣାପଡିଛି ।

{"id":291196,"sizeSlug":"large"}

ସୂଚନାଯୋଗ୍ୟ ଯେ, ଟାଟା ଏସିରେ ଦଣ୍ଡାସାହି ଗ୍ରାମର ୮ ଜଣରୁ ଉର୍ଦ୍ଧ୍ବ ବ୍ୟକ୍ତି ମହେଶ୍ବର ମହାନ୍ତିଙ୍କ ଝିଅ ବିବାହ ପାଇଁ ବ୍ରାହ୍ମଣବାଡି ଗ୍ରାମରୁ ଜ୍ବାଇଁ ଦେଖାସାରି ଘରକୁ ଫେରୁଥିବା ବେଳେ ଗାଁମୁଣ୍ଡରେ ସଡକ ଦୁର୍ଘଟଣାର ଶିକାର ହୋଇଥିଲେ । ଦୁର୍ଘଟଣାରେ ଦଣ୍ଡାସାହି ଗ୍ରାମର ନାରାୟଣ ପ୍ରଧାନଙ୍କ ମୃତ୍ୟୁ ହୋଇଥିବା ବେଳେ ମହେଶ୍ବର ମହାନ୍ତି ଓ ନିରଞ୍ଜନ କୁଣ୍ଡୁଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ କଟକ ବଡମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

{"id":291197,"sizeSlug":"large"}

ଅନ୍ୟ ଦୁଇଜଣ ଶ୍ରୀକାନ୍ତ ଜେନା ଓ ଧ୍ରୁବଚରଣ ମହାନ୍ତି ମଣିଜଙ୍ଗା ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଖବରପାଇ ତିର୍ତ୍ତୋଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.