Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ପାକ୍ ସେନା ମୁଖ୍ୟାଳୟ ନିକଟରେ ବୋମା ବିସ୍ଫୋରଣ : ଜଣେ ମୃତ, ଦୁଇ ଶିଶୁଙ୍କ ସମେତ ୧୫ ଆହତ

13/06/2020 at 7:08 AM

ରାୱଲପିଣ୍ଡି ୧୩।୬: ପାକିସ୍ତାନର ରାୱଲପିଣ୍ଡି ସହରର ସଦର ଅଞ୍ଚଳରେ ଥିବା କୋଇଲା ସେଣ୍ଟର ଚୌକରେ ବୋମା ବିସ୍ଫୋରଣ ଘଟିଛି। ଏହି ବୋମା ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୫ ଜଣ ଆହତ ହୋଇଛନ୍ତି । ସୂତ୍ର ଅନୁସାରେ ଏହି ବିସ୍ଫୋରଣ ଏକ ମୋଟରସାଇକେଲରେ ଘଟିଛି। ବିସ୍ଫୋରଣରେ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହାସହ ପୋଲିସ ଏବଂ ଲ ଏନଫୋର୍ସମେଣ୍ଟ ଘଟଣାସ୍ଥଳକୁ ସିଲ୍ କରିଛି ।

ଏହି ବିସ୍ଫୋରଣ ପାକିସ୍ତାନୀ ସେନା ମୁଖ୍ୟାଳୟ ନିକଟରେ ଥିବା ସାଦର ଅଞ୍ଚଳରେ ଘଟିଛି। ସେହିଭଳି ପୋଲିସର ମୁଖପାତ୍ର ସାଜିଦୁଲ ହାସନ ମିଡିଆକୁ କହିଛନ୍ତି ଯେ, ପ୍ରାଥମିକ ରିପୋର୍ଟରେ ଜଣାପଡିଛି ଯେ ବିସ୍ଫୋରକ ସାମଗ୍ରୀକୁ ବୈଦ୍ୟୁତିକ ଖୁଣ୍ଟିରେ ରଖାଯାଇଛି ।

ପୋଲିସ ଅଧିକାରୀ କହିଛନ୍ତି ଯେ, ଘଟଣାସ୍ଥଳର ସମ୍ପତ୍ତି ନଷ୍ଟ ହୋଇଯାଇଛି । ଏହି ବିସ୍ଫୋରଣରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଏଥିସହ ଦୁଇ ଶିଶୁଙ୍କ ସମେତ ୧୫ ଜଣ ଆହତ ହୋଇଥିଲେ । ଅଧିକାରୀଙ୍କ ଦ୍ବାରା ବିସ୍ଫୋରଣ ହୋଇଥିବା ସ୍ଥାନକୁ ସିଲ୍ କରାଯାଇଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ପୋଲିସର ଅଧିକାରୀ କହିଛନ୍ତି ଯେ, ଅନୁସନ୍ଧାନକାରୀ ଟିମ୍ ଏବଂ ଫରେନସିକ୍ ସାଇନ୍ସ ଲ୍ୟାବ ଟିମ୍ ଘଟଣାସ୍ଥଳରୁ ପ୍ରମାଣ ସଂଗ୍ରହ କରୁଛନ୍ତି । ସେ କହିଛନ୍ତି ଯେ ଏହି ବିସ୍ଫୋରଣ ଏକ ସଂଗଠିତ ଆତଙ୍କବାଦ ପ୍ରୟାସ । ଯେଉଁମାନେ ଲୋକଙ୍କ ଜୀବନ ସହିତ ଖେଳୁଛନ୍ତି ସେମାନେ ଆଇନରୁ ରକ୍ଷା ପାଇପାରିବେ ନାହିଁ । ବର୍ତ୍ତମାନ ସୁଦ୍ଧା ଏହି ବିସ୍ଫୋରଣ ପାଇଁ କେହି ନିଜକୁ ଦାୟୀ କରିନାହାଁନ୍ତି ।

   Related Posts