ଆନନ୍ଦପୁରରେ ଅଘଟଣ : ପବନରେ ଉପୁଡି ପଡିଲା ଗଛ, ଜଣଙ୍କର ମୃତ୍ୟୁ

Published By : Prameya-News7 Bureau | May 26, 2021 IST

ଆନନ୍ଦପୁର ୨୬।୫: ଅତି ଭୀଷଣ ରୂପ ଧାରଣ କରି ଉପକୂଳ ଆଡେ ମାଡି ଆସୁଛି ବାତ୍ୟା ‘ୟାସ୍’ । ସାରା ରାଜ୍ୟରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି । କିଛି ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ପବନର ବେଗ ମଧ୍ୟ ବଢୁଛି । ଉପକୂଳ ଅଞ୍ଚଳରେ ପବନର ବେଗ ବଢିବାରେ ଲାଗିଛି ।

ତେବେ ‘ୟାସ୍’ ପ୍ରଭାବରେ କିଛି ସ୍ଥାନରେ ଅଘଟଣମାନ ଘଟୁଛି । ଆନନ୍ଦପୁରରେ ଗଛ ପଡି ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଆନନ୍ଦପୁର ବ୍ଲକ୍ ପଞ୍ଚୁପଲ୍ଲୀ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଘର ବାହାରକୁ ଯାଇଥିବା ବେଳେ ତାଙ୍କ ଉପରେ ଗଛ ଉପୁଡି ପଡିଥିଲା । ଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.