Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ସବୁ ଦୋକାନ
  • ||

ଚିକିତ୍ସାଧିନ ଅବସ୍ଥାରେ ଜଣେ ମୃତ, ୪ ଗୁରୁତର : ସାନ ପୁଅର ମୃତ୍ୟୁ ପରେ ଫିନାଇଲ୍ ପିଇ କରିଥିଲେ ଆତ୍ମହତ୍ୟା ଉଦ୍ୟମ

3/06/2020 at 8:27 AM

ଝାରସୁଗୁଡା ୩।୬: ଝାରସୁଗୁଡାରେ ଗୋଟିଏ ପରିବାରର ୫ ଜଣ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ବୁଧବାର ସକାଳୁ ବଡ ଭାଇର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଉଛନ୍ତି ଶ୍ରୀକାନ୍ତ ବିଶ୍ବାଳ ।

ସୂଚନାଯୋଗ୍ୟ ଯେ, ଗତ ସୋମବାର ବିଳମ୍ବିତ ରାତିରେ ଦୀର୍ଘ ୨ ବର୍ଷ କୋମାରେ ରହି ସାନଭାଇ ଦୀପକ ବିଶ୍ବାଳଙ୍କ ମୃତ୍ୟୁ ହୋଇଥିଲା । ତାହାକୁ ସହି ନପାରି ମା’, ୩ ଭଉଣୀ ଓ ବଡ ଭାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପୋଲିସ ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ସେମାନଙ୍କ ମଧ୍ୟରୁ ଜଣେ ଭଉଣୀ ଲିଲିଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ମଙ୍ଗଳବାର ସକାଳୁ ବୁର୍ଲା ମେଡିକାଲ ପଠାଇ ଦିଆଯାଇଥିଲା । କିନ୍ତୁ ଅନ୍ୟମାନଙ୍କ ଅବସ୍ଥା ସ୍ଥିର ରହିଥିଲା ।

ମଙ୍ଗଳବାର ରାତିରେ ହଠାତ୍ ବଡଭାଇ ଶ୍ରୀକାନ୍ତଙ୍କ ଅବସ୍ଥା ଅଧିକ ବିଗିଡିଯିବାରୁ ତାଙ୍କୁ ବୁର୍ଲା ମେଡିକାଲ ପଠାଇ ଦିଆଯାଇଥିଲା । ବୁଧବାର ସକାଳୁ ଶ୍ରୀକାନ୍ତଙ୍କର ବୁର୍ଲାମେଡିକାଲରେ ମୃତ୍ୟୁ ହୋଇଥିଲା । ମଙ୍ଗଳବାରଠାରୁ ଦୀପକଙ୍କ ଶବ ସତ୍କାର କରାଯାଇ ପାରିନଥିବା ବେଳେ ଆଜି ଆଉ ଜଣେ ଭାଇଙ୍କର ମୃତ୍ୟୁ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି ।

   Related Posts