ପୁଣି ୧୧ କେ.ଭି. ନେଲା ଜୀବନ, ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଳସେଚନ ବିଭାଗ କର୍ମଚାରୀଙ୍କ ମୃତ୍ୟୁ

Published By : Prameya-News7 Bureau | February 21, 2020 IST

ନିଶ୍ଚିନ୍ତକୋଇଲି ୨୧।୨: ପୁଣି ୧୧ କେ.ଭି. ଲାଇନରେ ଲାଗି ଗଲା ଜୀବନ। କଟକ ଜିଲ୍ଲା ନେମାଳ ଥାନା ଲେଣ୍ଡୁରା ଭଗବାନପୁରରେ ୧୧ କେ.ଭି. ଲାଇନ୍ ସଂସ୍ପର୍ଶରେ ଆସି ଜଳସେଚନ ବିଭାଗର ଜଣେ କର୍ମଚାରୀଙ୍କର ମୃତ୍ୟୁ ଘଟିଛି । ମୃତକ ହେଲେ ସୁରେନ୍ଦ୍ର ଆଚାର୍ଯ୍ୟ । ସେ କଟକ ଜିଲ୍ଲା ପୁନ୍ଦାଳ ନଦୀବନ୍ଧ ଉପଖଣ୍ଡ ଓରିକଣ୍ଟା ସେକ୍ସନ ଅଫିସରେ କାମ କରୁଥିଲେ ।

{"id":226977,"sizeSlug":"large"}

ସୂଚନାଯୋଗ୍ୟ ଯେ, ମାଣିକପୁରଠାରେ ନଦୀବନ୍ଧ ନିର୍ମାଣ ପାଇଁ ମାପଚୁପ କରୁଥିବା ବେଳେ ୧୧ କେ.ଭି. ବିଦ୍ୟୁତ୍ ଲାଇନ୍ ସଂସ୍ପର୍ଶରେ ଆସିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକଙ୍କ ପରିବାରକୁ କ୍ଷତିପୁରଣ ଦାବିରେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ସ୍ଥାନୀୟ ଲୋକେ ଅଟକ ରଖିଥିଲେ । ତେବେ ବିଭାଗୀୟ ଯନ୍ତ୍ରୀ ବୁଝାସୁଝା କରିବା ପରେ ଉତ୍ୟକ୍ତ ଲୋକେ ସେମାନଙ୍କୁ ଛାଡ଼ିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.