ଘରେ ରଙ୍ଗ ଦେବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣଙ୍କର ମୃତ୍ୟୁ
22/07/2020 at 3:23 PM

ଫୁଲବାଣୀ ୨୨।୭: କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ଅମଲାପଡାର ଅମରେଶ ପାତ୍ରଙ୍କ ଘରେ ଚୁନ ଦେଉଥିବା ବେଳେ ହଠାତ୍ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ଟିକାବାଲି ଥାନା ଅନ୍ତର୍ଗତ ଲାଇନପଡା ବ୍ରାହ୍ମଣପଦା ଗ୍ରାମର ମୁକେଶ ମୁଖି ବୋଲି ଜଣାପଡିଛି । ମୁକେଶ ଫୁଲବାଣୀରେ ଅମରେଶ ପାତ୍ରଙ୍କ ଘରେ ୧୫ ଦିନ ହେଲା ଚୁନ କାମ କରୁଥିଲେ । ତେବେ ଆଜି ହଠାତ୍ ଚୁନ ମାରିବା ବେଳେ ଛାତ ଉପରେ ଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୁକେଶ ତାରରେ ଲାଗି ଯାଇଥିଲା । ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ମୁକେଶକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ମୁକେଶର ମୃତ୍ୟୁ ଘଟିଛି । ଟାଉନ୍ ପୋଲିସ ଘଟଣାର ତଦନ୍ତ କରୁଛି। ମୁକେଶଙ୍କ ପରିବାରକୁ କ୍ଷତିପୂରଣ ଦେବାଲାଗି ସାଧାରଣରେ ଦାବି ହେଉଛି ।
Related Posts
ମାଲକାନଗିରି ଏସପିଙ୍କ ନିକଟରେ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ
24 January 2021
କିଏ ଓ କେଉଁଠି କରିବେ ପତାକା ଉତ୍ତୋଳନ, ପଢନ୍ତୁ ପୁରା ତାଲିକା
24 January 2021
ଅଲ୍ ଓଡିଶା ଅଙ୍ଗନଓ୍ୱାଡି କର୍ମୀ ଓ ସହାୟିକା ସାମ୍ମୁଖ୍ୟ ଅନୁଷ୍ଠିତ
24 January 2021