ଦୁଇଟି କାର୍ ମୁହାଁମୁହିଁ ଧକ୍କା : ଇଞ୍ଜିନିୟରଙ୍କ ମୃତ୍ୟୁ, ୭ ଆହତ

Published By : Prameya-News7 Bureau | July 10, 2021 IST

ଭୁବନେଶ୍ବର ୧୦।୭: ରାଜଧାନୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଦୁଇଟି କାର୍ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣା ଫଳରେ ଜଣଙ୍କର ମୃତ୍ୟୁ ହୋଇଛି । ୭ ଜଣ ଆହତ ହୋଇଛନ୍ତି ।

{"id":478276,"width":749,"height":412,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ଖୋର୍ଦ୍ଧା ଅଞ୍ଚଳର ଇଞ୍ଜିନିୟର ସନ୍ତୋଷ କୁମାର ସାମନ୍ତରାୟ ବିଳମ୍ବିତ ରାତିରେ ଘରକୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି । ତମାଣ୍ଡୋ-ଯାଆଁଳା ମଧ୍ୟ ରାସ୍ତାରେ ଥିବା ପେଟ୍ରୋଲ ପମ୍ପ୍ ସମ୍ମୁଖରେ ତାଙ୍କ କାର୍ କୁ ବିପରୀତ ଦିଗକୁ ଆସୁଥିବା ଅନ୍ୟ ଏକ କାର୍ ଧକ୍କା ଦେଇଥିଲା । ଫଳରେ ଇଞ୍ଜିନିୟର ସନ୍ତୋଷ କୁମାର ସାମନ୍ତରାୟଙ୍କର ମୃତ୍ୟୁ ହୋଇଛି । ଉଭୟ କାରରେ ଥିବା ୭ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ଏମ୍‌ସରେ ଭର୍ତ୍ତି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.