Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବଜ୍ରପାତରେ ଜଣେ ମୃତ, ୪ ଜଣ ଆହତ

25/08/2020 at 5:14 PM

ସୁନ୍ଦରଗଡ ୨୫।୮: ସୁନ୍ଦରଗଡ଼ ଟାଉନ ଥାନା ଅନ୍ତର୍ଗତ ବନଦୁର୍ଗା ମନ୍ଦିର ନିକଟରେ ବଜ୍ରପାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ୪ ଜଣ ଆହତ ହୋଇଛନ୍ତି । ବର୍ଷା ଯୋଗୁଁ ଗଛ ମୂଳେ ଠିଆହୋଇ ଥିବାବେଳେ ହଠାତ୍ ବଜ୍ରପାତ ହୋଇଥିଲା । ସାଙ୍ଗମାନେ ବର୍ଷା ଯୋଗୁଁ ଠିଆହୋଇ ନିଜନିଜ ଘରକୁ ଫେରୁଥିବା ବେଳେ ବଜ୍ରପାତ ହୋଇଥିଲା । ମୃତକଙ୍କ ପରିଚୟ ମିଳିପାରିନାହିଁ । ସମସ୍ତ ଆହତଙ୍କୁ ସୁନ୍ଦରଗଡ ମୁଖ୍ୟ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

   Related Posts