କାରଖାନାରେ ଫାଟିଲା ଗ୍ୟାସ୍ ସିଲିଣ୍ଡର : ସିକ୍ୟୁରିଟି ଗାର୍ଡ ମୃତ, ଅନ୍ୟ ୩ ଜଣ ଆହତ

Published By : Prameya-News7 Bureau | January 27, 2022 IST

ଝାରସୁଗୁଡା ୨୭।୧: ଝାରସୁଗୁଡା ଜିଲ୍ଲା କୋଲାବିରା ଥାନା ରଘୁନାଥପାଲ୍ଲୀରେ ଥିବା ଜୟ ହନୁମାନ କାରଖାନାରେ ଅଘଟଣ । ଗ୍ୟାସ୍ ସିଲିଣ୍ଡର ଫାଟି ଜଣେ ସିକ୍ୟୁରିଟି ଗାର୍ଡଙ୍କର ମୃତ୍ୟୁ ହୋଇଛି । ଅନ୍ୟ ୩ ଜଣ ଆହତ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ଗୁରୁବାର ଭୋର ୪ଟା ସମୟରେ କାରଖାନାର କିଲନ ବିଭାଗରେ କାମ ଚାଲିଥିବା ବେଳେ ଗ୍ୟାସ୍ ସିଲିଣ୍ଡର ଫାଟିଯାଇଥିଲା । ଫଳରେ ସେଠାରେ ଉପସ୍ଥିତ ସିକ୍ୟୁରିଟି ଗାର୍ଡ ଶୈଳେଶ ସାହୁଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୩ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ପଠାଇ ଦିଆଯାଇଥିଲା । ଅନ୍ୟ ଦୁଇ ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.