ମର୍ମନ୍ତୁଦ ଦୁର୍ଘଟଣା : ଘର ଭିତରେ ପଶିଗଲା ପିକ୍ଅପ୍ ଭ୍ୟାନ୍, ୬ ବର୍ଷର ଶିଶୁ ମୃତ, ୧୦ ଗୁରୁତର
23/11/2020 at 12:31 PM

ନବରଙ୍ଗପୁର ୨୩।୧୧: ଭାରସାମ୍ୟ ହରାଇ ଘର ଭିତରକୁ ପଶିଗଲା ମାଲ୍ ବୋଝେଇ ପିକଅପ୍ ଭ୍ୟାନ୍ । ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଞ୍ଚଳରେ ଏଭଳି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ଫଳରେ ଶିଶୁର ମୃତ୍ୟୁ ହୋଇଥିବା ୧୦ ଜଣେ ଗୁରୁତର ହୋଇଛନ୍ତି । ମୃତକ ୬ ବର୍ଷର ନନ୍ଦିନୀ ଗୋପାଳ ।

ଗୁରୁତର ମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥି । ଅନ୍ୟ ୩ ଜଣ ଗୁରୁତର ଶିଶୁଙ୍କୁ ଉମରକୋଟ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ୫ ଜଣ ଗୁରୁତରଙ୍କୁ ନବରଙ୍ଗପୁର ଜିଲ୍ଲା ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି ।

Related Posts
ଦୋକାନ ଭିତରୁ ମିଳିଲା ଦୋକାନୀଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
23 January 2021
ପୁରୀ ଜିଲ୍ଲାରୁ ୮୦ ଗ୍ରାମ ବ୍ରାଉନସୁଗାର ଜବତ, ଦୁଇ ଗିରଫ
23 January 2021