ଏବେର ଗାନ୍ଧାରୀ : ୩୭ ବର୍ଷରେ ୧୧ ଛୁଆର ମା’, ଏବେ ଗର୍ଭରେ ବଢୁଛି ୧୨ତମ ସନ୍ତାନ

Published By : Prameya-News7 Bureau | September 18, 2021 IST

ମେକ୍ସିକୋ ୧୮।୦୯: ଅଜବ ନିଶା । ଗୋଟିଏ କି ୨ଟା ନୁହେଁ, ୧୧ ଜଣ ଛୁଆ ମାଆ । ଆଉ ଏବେ ୧୨ନଂ ଛୁଆ ପାଇଁ ପ୍ରସ୍ତୁତି ଚାଲିଛି । ମହିଳା ଜଣଙ୍କ ପ୍ରତି ବର୍ଷ ଜଣେ ଲେଖାଏଁ ଶିଶୁଙ୍କୁ ଜନ୍ମ ଦେଉଛନ୍ତି । ଗର୍ଭବତୀ ହେବାକୁ ତାଙ୍କୁ ପସନ୍ଦ ବୋଲି ମହିଳା ଜଣଙ୍କ କହିଛନ୍ତି ।

ଏକ ରିପୋର୍ଟ ମୁତାବିକ , ଆମେରିକାର ମେସ୍କିକୋରେ ବାସ କରନ୍ତି କାର୍ଟନୀ । ତାଙ୍କ ବୟସ ଏବେ ୩୭ ବର୍ଷ । ତାଙ୍କ ମତରେ , ଗର୍ଭବତୀ ହେବା ସମୟରେ ସେ ଖୁବ୍‌ ଭଲ ଅନୁଭବ କରନ୍ତି । ତାଙ୍କୁ କେବେବି ଦୁର୍ବଳତା ଲାଗେନାହିଁ । ଏପରିକି କଷ୍ଟ ମଧ୍ୟ ହୋଇନଥାଏ ।

{"id":513579,"sizeSlug":"full","linkDestination":"none"}

କାର୍ଟନୀ ଆହୁରୀ ମଧ୍ୟ କହିଛନ୍ତି ଯେ, ସମସ୍ତଙ୍କ ପାଇଁ ଏହା ଅଲଗା ହୋଇଥାଏ । କିନ୍ତୁ ମୋ ଶରୀର ଗର୍ଭଧାରଣ ପରି ସ୍ଥିତିକୁ ଠିକ୍‌ ଭାବେ ନେଇଥାଏ । ସେଥିଲାଗି ମୋତେ କୌଣସି ପ୍ରକାର ସମସ୍ୟା ଦେଖାଦେଉନାହିଁ । ତେବେ ବଡ଼ ପରିବାର ହେବା ଏକ ଚିନ୍ତାଜନକ ବିଷୟ । ବହୁ କଷ୍ଟର ସାମ୍ନା କରିବାକୁ ପଡିବ । ଆମ ନିକଟରେ ଏକ ୧୫ ଯାତ୍ରୀ ବିଶିଷ୍ଠ ଏକ ଗାଡ଼ି ଅଛି । କିନ୍ତୁ ଯେତେବେଳେ ଆମେ ଯାତ୍ରାରେ ଯାଇଥାଉ, ବହୁତ ଭିଡ଼ ହୋଇଥାଏ । କୌଣସି ସ୍ଥାନକୁ ଯାତ୍ରା କରିବା ପାଇଁ ଏକ ଟ୍ରେଲରର ଆବଶ୍ୟକ ପଡିଥାଏ । ଗତ ଥର ଆମେ ଛୁଟିରେ ବୁଲିବାକୁ ଯାଇଥିଲୁ, ସେତେବେଳେ ଏକ ଘର ଭଡ଼ାରେ ନେଇଥିଲୁ । କାହିଁକି ନା ହୋଟେଲରେ ଯଦି ଘର ଭଡ଼ା ନେଇଥାନ୍ତୁ, ତେବେ ଅନେକ ଘର ନେବାକୁ ପଡିଥାନ୍ତି । ତଥାପି ସବୁ ଘର ଛୋଟ ପଡିଯାଇଥାନ୍ତି । ସେଥିଲାଗି ଆମେ ଏକ ଘର ଭଡ଼ାରେ ନେଇଥିଲୁ । ବର୍ତ୍ତମାନ ଆମ ପାଖରେ ଏକ ସାତୋଟି ବେଡ଼୍‌ରୁମ୍‌ ଏବଂ ଚାରୋଟି ବାଥ୍‌ରୁମ୍‌ ରହିଛି ।

କାର୍ଟନୀ ଓ ତାଙ୍କ ସ୍ୱାମୀ କ୍ରିସ୍‌ ରୋଜର୍ସଙ୍କ ନାମ ଅନୁସାରେ , ସମସ୍ତ ୧୧ ଜଣ ଶିଶୁଙ୍କ ନାମ ‘C’ ଅକ୍ଷରରୁ ଆରମ୍ଭ ହୋଇଥାଏ । ଆଗକୁ ହେବାକୁ ଥିବା ଶିଶୁ ନାମ ମଧ୍ୟ  ‘C’ ଅକ୍ଷରରୁ ଆରମ୍ଭ ହେବ । ମୋଟ ୧୧ଜଣ ଶିଶୁଙ୍କ ମଧ୍ୟରେ ୬ ଜଣ ପୁଅ ଓ ୫ଜଣ କନ୍ୟା ରହିଛନ୍ତି । ଏଥିପାଇଁ ଆମର ଆଗାମୀ ସନ୍ତାନ କନ୍ୟା ହେଉ ବୋଲି ଇଚ୍ଛା ରଖିଛନ୍ତି । ଏହାଦ୍ୱାର ଆମର ୬ ପୁଅ ଓ ୬ ଝିଅ ହୋଇଯିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.