କେନ୍ଦ୍ରାପଡ଼ାରେ ଦ୍ୱିତୀୟ କରୋନା ଆକ୍ରାନ୍ତ, ଶନିବାର ଚିହ୍ନଟ ହୋଇଥିବା ୪ ପଜିଟିଭ୍‌ଙ୍କ ମଧ୍ୟରୁ ରାଜନଗର ଅଞ୍ଚଲର ଜଣେ

Published By : Prameya-News7 Bureau | April 12, 2020 IST

କେନ୍ଦ୍ରାପଡା ୧୨।୦୪:  କେନ୍ଦ୍ରାପଡ଼ା ଜିଲ୍ଲାରେ ଆଉ ଜଣେ କରୋନା ପଜିଟିଭ୍। ସେ ହେଉଛନ୍ତି ଜିଲ୍ଲାର ଦ୍ୱିତୀୟ କରୋନା ଆକ୍ରାନ୍ତ। ଗତକାଲି ଆସିଥିବା ୪ଟି ପଜିଟିଭ୍ କେସ୍  ମଧ୍ୟରୁ ସେ ଜଣେ। ରାଜନଗର ବ୍ଲକର ନଳଦିଆ ଗାଁରୁ ଗୋଟିଏ ପଜିଟିଭ୍ କେସ୍ ଆସିଛି। ଆକ୍ରାନ୍ତଙ୍କୁ କଟକ କୋଭିଡ୍ ହସପିଟାଲ୍ ସ୍ଥାନାନ୍ତର। ତାଙ୍କର ପରିବାର ଲୋକଙ୍କ ସାମ୍ପଲ ଟେଷ୍ଟ ପାଇଁ ପଠାଯାଇଛି। ୨ଟି ଗାଁକୁ ସମ୍ପୂର୍ଣ୍ଣ ସିଲ୍ କରିବା ସହ ସାନିଟାଇଜେସନ୍ କାମ  ଆରମ୍ଭ ହୋଇଛି। ଆକ୍ରାନ୍ତଙ୍କ ଟ୍ରାଭେଲ୍ ହିଷ୍ଟ୍ରି ଟ୍ରେସିଂ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି।

ଶନିବାର ଦିନ ରାଜ୍ୟରେ ଚିହ୍ନଟ ହୋଇଥିବା ଚାରି ଜଣ କରୋନା ପଜିଟିଭ୍‌ଙ୍କ ମଧ୍ୟରୁ କେନ୍ଦ୍ରାପଡାରେ ଆଉ ଜଣେ ସଂକ୍ରମିତ ବୋଲି ଜଣାପଡିଛି । ଏହାପୂର୍ବରୁ ଗତକାଲି ଚିହ୍ନଟ ହୋଇଥିବା ଚାରିଜଣଙ୍କ ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇଜଣ ସୁନ୍ଦରଗଡର ଦୁଇଜଣ ବୋଲି ରବିବାର ଦିନ ଜଣାପଡିଥିଲା । ଶନିବାର ଦିନ ପରୀକ୍ଷଣ ହୋଇଥିବା ରକ୍ତ ନମୁନାରୁ ସେ ପଜିଟିଭ୍‌ ଥିବା ଜଣାପଡିଥିଲା , ସେ ପଜିଟିଭ୍ ଥିବା ଜଣାପଡିବା ପରେ ଜିଲ୍ଲା ପ୍ରଶାସନ ତୁରନ୍ତ ତାଙ୍କୁ କଟକ ସ୍ଥିତ କୋଭିଡ୍‌ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି । ଜିଲ୍ଲା ପ୍ରଶାସନ ତ୍ୱରିତ ପଦକ୍ଷେପ ନେଇ ସ୍ଥାନୀୟ ଅଞ୍ଚଳକୁ ସିଲ୍‌ କରିଛି । ଏବଂ ଆକ୍ରାନ୍ତଙ୍କୁ ଦୁଇଟି ଗାଁକୁ ସାନିଟାଇଜ୍‌ କରିବା ଆରମ୍ଭ କରିଦେଇଛି ।ସମ୍ପୃକ୍ତ ଅଂଚଳର ଗୋଟିଏ ରାଜସ୍ୱ ଗ୍ରାମ ଓ ଗୋଟିଏ ପଡା ଗ୍ରାମକୁ ପ୍ରଶାସନ ସିଲ୍ କରି ଦେଇଛି l ସ୍ୱାସ୍ଥ୍ୟ କର୍ମୀ ମାନେ ଘର ଘର ବୁଲି ଲୋକ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି l ସଂକ୍ରମିତ ଙ୍କ ପରିବାର ଲୋକଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠା ଯିବା ସହ ସେମାନଙ୍କୁ ହୋମ୍ କୋରାଣ୍ଟାଇନ୍ ରେ ରହିବା ପାଇଁ ପ୍ରଶାସନ ପକ୍ଷରୁ ନିର୍ଦେଶ ଦିଆଯାଇଛି l ଅନ୍ୟପକ୍ଷରେ ସଂକ୍ରମିତ ଙ୍କ ଟ୍ରାଭେଲ ହିଷ୍ଟ୍ରି ଅନୁଧ୍ୟାନ କରୁଛି ସ୍ୱାସ୍ଥ୍ୟ ବିଭାଗ l ଦୁଇଟି ଗାଁରେ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି କାର୍ଯ୍ୟ ଉପରେ ତଦାରଖ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.