Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୦ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ, ୧୫ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୩୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୮୮ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୧୪କୁ ବୃଦ୍ଧି
  • ||
  • ରାଜ୍ୟରେ ୯ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୮୪୫ କୋଭିଡ୍ ପଜିଟିଭ୍, ୧୧୯୬୧୪୦ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଓଭରବ୍ରିଜ୍‌ରୁ ୩୦ଫୁଟ ତଳକୁ ଖସିଲା କାର୍, ଦୁର୍ଘଟଣାରେ ଗାଡି ଭାଙ୍ଗିରୁଜି ଚୁରମାର୍
  • ||
  • ଶନିବାର ଏହି ସବୁ ଜିଲ୍ଲାରେ ବର୍ଷା : ବଢିବ ତାପମାତ୍ରା, କମିବ ଶୀତ
  • ||
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

ଦେଶରେ ଆଉ ଜଣେ ଓମିକ୍ରନ୍‌ ଭ୍ୟାରିଆଣ୍ଟ କରୋନା ଆକ୍ରାନ୍ତ ଚିହ୍ନଟ, ୨ଦିନ ପୂର୍ବରୁ ଦକ୍ଷିଣ ଆଫ୍ରିକାରୁ ଫେରିଥିଲେ

4/12/2021 at 2:41 PM

ଅହମଦାବାଦ ୦୪/୧୨ : ଭାରତରେ ଆଉ ଜଣେ ଓମିକ୍ରନ୍‌ ଭ୍ୟାରିଆଣ୍ଟ କରୋନା ଆକ୍ରାନ୍ତ ଚିହ୍ନଟ । ଦକ୍ଷିଣ ଆଫ୍ରିକାରୁ ଫେରିଥିବା ଗୁଜୁରାଟ ଜାମନଗରର ଜଣେ ବ୍ୟକ୍ତି କରୋନାର ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ ହୋଇଥିବା ଜଣାପଡିଛି । ୨ ଦିନ ପୂର୍ବରୁ ସଂକ୍ରମିତ ବ୍ୟକ୍ତିଜଣକ ସାଉଥ ଆଫ୍ରିକାରୁ ଗୁଜୁରାଟ ଫେରିଥିଲେ । ଏୟାରପୋର୍ଟରେ ଯାଞ୍ଚ ପରେ ସେ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଥିଲା । ତାଙ୍କୁ ଆଇସୋଲେସନରେ ରଖାଯିବା ସହିତ ଉକ୍ତ ବ୍ୟକ୍ତିଙ୍କ ନମୂନା ଜେନୋମ୍‌ ସିକ୍ବେସିଙ୍ଗ ପାଇଁ ପଠାଯାଇଥିଲା । ତେବେ ବର୍ତ୍ତମାନ ରିପୋର୍ଟରୁ ଜଣାପଡିଛି ଯେ ବ୍ୟକ୍ତିଜଣକ ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ଆକ୍ରାନ୍ତ ହୋଇଛନ୍ତି ।  

ପୂର୍ବରୁ ଭାରତରେ ୨ ଜଣ ଓମିକ୍ରନ୍‌ ଆକ୍ରାନ୍ତ ଚିୖହ୍ନଟ ହୋଇସାରିଛନ୍ତି । କର୍ଣ୍ଣାଟକରୁ ଜଣେ ୬୬ ବର୍ଷୀୟ ଏବଂ ଆଉ ଜଣେ ୪୬ ବର୍ଷୀୟ ବ୍ୟକ୍ତି କରୋନାର ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ଚିହ୍ନଟ ହୋଇଥିବା ନେଇ ଜଣାପଡିଥିଲା । ବର୍ତ୍ତମାନ ଗୁଜୁରାଟରେ ଆଉ ଜଣେ ବ୍ୟକ୍ତି ଏହି ଭୟଙ୍କର ଭ୍ୟାରିଆଣ୍ଟରେ ଆକ୍ରାନ୍ତ ହୋଇଥିବା ନେଇ ଜଣାପଡିବା ପରେ ଚିନ୍ତା ବଢିଛି । ଅବଶ୍ୟ ତାଙ୍କୁ ବର୍ତ୍ତମାନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏୟାରପୋର୍ଟରୁ ଚିହ୍ନଟ ହୋଇଥିବାରୁ ଅଧିକ ଜଣଙ୍କୁ ସଂକ୍ରମିତ କରିବା ଆଶଙ୍କା କମ । ତଥାପି ତାଙ୍କ ସହିତ ମିଶିଥିବା ଅନ୍ୟମାନଙ୍କୁ ଖୋଜି ସେମାନଙ୍କ ଟେଷ୍ଟ କରାଇବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି ।

   Related Posts