Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

ରାଜ୍ୟସଭା ନିର୍ବାଚନ ପୂର୍ବରୁ ପୁଣି ଜଣେ ବିଧାୟକ ଛାଡିଲେ କଂଗ୍ରେସ

5/06/2020 at 3:17 PM

ଅହମଦାବାଦ ୦୫/୦୬ : ଗୁଜରାଟ ରାଜ୍ୟସଭା ନିର୍ବାଚନ ପୂର୍ବରୁ କଂଗ୍ରେସରେ ପୁଣିଥରେ ଅସନ୍ତୋଷ ଦେଖାଦେଇଛି | ଗୁଜରାଟ କଂଗ୍ରେସର ୭ ବିଧାୟକ ଇସ୍ତଫା ଦେଇ ସାରିଛନ୍ତି | ଆଜି ପୁଣି ଜଣେ କଂଗ୍ରେସ ବିଧାୟକ ଇସ୍ତଫା ଦେଇଛନ୍ତି | କରଜନ ବିଧାନସଭାର କଂଗ୍ରେସ ବିଧାୟକ ଅକ୍ଷୟ ପଟେଲ ଓ ଜିତୁ ଭାଇ ଚୌଧୁରୀକା ପରେ ବର୍ତ୍ତମାନ ବ୍ରିଜେଶ ମେରଜା ଦଳରୁ ଇସ୍ତଫା ଦେଇଛନ୍ତି | ସେ ନିଜର ଇସ୍ତଫାପତ୍ର ବିଧାନସଭା ଅଧ୍ୟକ୍ଷ ରାଜେନ୍ଦ୍ର ତ୍ରିବେଦୀଙ୍କୁ ଦେଇଛନ୍ତି | 

କଂଗ୍ରେସରେ ଯେଉଁଭଳି ଅସନ୍ତୋଷ ଦେଖା ଦେଉଛି ତାର ସିଧାସଳଖ ଫାଇଦା ବିଜେପିକୁ ମିଳିବ ଭଳି ଜଣାପଡୁଛି | ଗୁଜରାଟ ବିଧାନସଭାରେ ବର୍ତ୍ତମାନ ବିଜେପିର ୧୦୩ ବିଧାୟକ ଅଛନ୍ତି | ଅପରପକ୍ଷରେ ଏନସିପିର ଜଣେ ଓ ବିଟିପିର ୨ ଜଣ ବିଧାୟକ ଅଛନ୍ତି | ଏମାନେ ମଧ୍ୟ ବିଜେପି ସମର୍ଥନରେ | ବିଜେପି ପାଖରେ ମୋଟ ୧୦୬ ବିଧାୟକ ଅଛନ୍ତି |

ଯେପର୍ଯ୍ୟନ୍ତ ନିର୍ଦଳୀୟ ପ୍ରାର୍ଥୀ ଜିଗନେସ ମେବାନି କଂଗ୍ରେସ ସମର୍ଥନ ଥିଲେ କଂଗ୍ରେସ ପାଖରେ ଏବେ ପର୍ଯ୍ୟନ୍ତ ୭୩ ବିଧାୟକ ଥିଲେ | କିନ୍ତୁ ନୂଆ ସମୀକରଣରେ ୮ କଂଗ୍ରେସ ବିଧାୟକ ଇସ୍ତଫା ଦେଇଛନ୍ତି | ଏହାପରେ କଂଗ୍ରେସ ପାଖରେ ୬୫ ବିଧାୟକ ଅଛନ୍ତି |

   Related Posts