ଚଳନ୍ତା ବସ୍‌ରେ ୨ ଶିଶୁଙ୍କ ସାମ୍ନାରେ ମାଆକୁ ଦୁଷ୍କର୍ମ, ଘଟଣା ବେଳେ ବସ୍‌ରେ ଥିଲେ ୧୦ରୁ ୧୫ ଯାତ୍ରୀ

Published By : Prameya-News7 Bureau | June 19, 2020 IST

ନୂଆଦିଲ୍ଲୀ ୧୯।୦୬:  ଉତ୍ତରପ୍ରଦେଶରେ ଘଟିଛି ନିର୍ଭୟା ଭଳି ଏକ ଘଟଣା । କିନ୍ତୁ ଏହା ନିର୍ଭୟା ଠାରୁ ଅତ୍ୟନ୍ତ କଷ୍ଟଦାୟକ ।  ୨୦୧୨ ମସିହା ଡିସେମ୍ବର ୧୬ ତାରିଖର ଘଟଣାକୁ ଆଜିଯାଏଁ କେହି ଭୁଲିନାହାନ୍ତି । ଜଣେ ଯୁବତୀଙ୍କୁ ଚଳନ୍ତା କାର୍‌ରେ ଗଣଦୁଷ୍କର୍ମ କରି ଜୀବନରେ ମାରିବାକୁ ଉଦ୍ୟମ କରାଯାଇଥିଲା । ଏମିତିକି ଯୁବତୀଙ୍କୁ ରାସ୍ତାକଡ଼ରେ ଫିଙ୍ଗି ଗାଡି ଚଢାଇ ହତ୍ୟା ଉଦ୍ୟମ ହୋଇଥିଲା । କିନ୍ତୁ ସେଠାରୁ ଯୁବତୀଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ମୃତ୍ୟୁ ସହିତ ସଂଗ୍ରାମ କରି ଶେଷରେ ପ୍ରାଣତ୍ୟାଗ କରିଥିଲେ । ଘଟଣାକୁ ଦୀର୍ଘ ୭ବର୍ଷରୁ ଅଧିକ ହେବା ପରେ ଦୋଷୀଙ୍କୁ ଫାଶୀ ଦିଆଯାଇଥିଲା । ତେବେ ଦେଶରେ ବାରମ୍ବାର ଏଭଳି ଘଟଣା ବାରମ୍ବାର ଘଟୁଥିବାରୁ କଡା ଆଇନ୍ କରାଯାଇଛି । କିନ୍ତୁ ଅପରାଧୀମାନେ ଆଇନକୁ‌ ବେଖାତିର କରିଚାଲିଛନ୍ତି । ସେହିପରି ଉତ୍ତରପ୍ରଦେଶର ଗୌତମ ନଗରରୁ ଏକ ଘଟଣା  ସାମ୍ନାକୁ ଆସିଛି ।  ଯେଉଁଠି ଜଣେ ବିବାହିତ ମହିଳାଙ୍କୁ ଚଳନ୍ତା ବସ୍‌ରେ ଦୁଷ୍କର୍ମ କରାଯାଇଛି ।  

ସୂଚନାଯୋଗ୍ୟ ଯେ, ଜଣେ ମହିଳା ନିଜ ଦୁଇ ପିଲାଙ୍କୁ ନେଇ ବିଳମ୍ବିତ ରାତିରେ ନୋଏଡା ଅଭିମୁଖେ ଯିବା ପାଇଁ ବାହାରିଥିଲେ । ପ୍ରତାପଗଡରୁ ନୋଏଡା ଅଭମୁଖେ ଯିବା ପାଇଁ ନିଜର ଦୁଇ ପିଲାଙ୍କ ସହ ସେ ବସରେ‌ ଯାତ୍ରା କରିଥିଲେ । ନୋଏଡାରେ ମହିଳାଙ୍କ ସ୍ୱାମୀ ପନିପରିବା ବିକ୍ରି କରନ୍ତି । ସ୍ୱାମୀଙ୍କ ନିକଟକୁ ଯିବା ପାଇଁ ମହିଳା ଜଣଙ୍କ ବସ୍‌ରେ ବସିଥିଲେ । ବସ୍‌ଟି ଯାତ୍ରା କରିବା ସମୟରେ ଜଣେ ଅଭିଯୁକ୍ତ ମହିଳାଙ୍କୁ ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରିଥିଲା । କିନ୍ତୁ ମହିଳା ବାରଣ କରିବାରୁ ଅଭିଯୁକ୍ତ ମହିଳାଙ୍କ ୨ ଶିଶୁଙ୍କୁ ଆଣି ମାରିଦେବାକୁ ଧମକ ଦେଇଥିଲା । ଶେଷରେ ମହିଳାଙ୍କୁ ନେଇ ବସ୍‌ର ପଛ ସିଟ୍‌ରେ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ । ମହିଳା ଯଦି ପାଟି କରିବେ ତେବେ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଇଥିଲା ଅଭିଯୁକ୍ତ । ଅଭିଯୁକ୍ତକୁ ଏହି ଘଟଣାରେ ସହଯୋଗ କରିଥିଲା ବସ୍‌ରେ ଥିବା ସହଯୋଗୀ । ସେମାନେ ୨ ଶିଶୁଙ୍କୁ ଜୋର ଜବରଦସ୍ତ ରଖିଥିଲେ । କିନ୍ତୁ ସବୁଠାରୁ ବଡ କଥା ହେଉଛି ବସରେ‌ ଅନେକ ଯାତ୍ରୀ ରହିଥିଲେ । ସେମାନଙ୍କ ଉପସ୍ଥିତିରେ କିଭଳି ଏତେ ବଡ ଘଟଣା ଘଟିଗଲା ସେସଂପର୍କରେ କିଛି ଜାଣିପାରିଲେ ନାହିଁ ।

ତେବେ ଘଟଣାକୁ ନେଇ ନୋଏଡା ଥାନାରେ ମାମଲା ରୁଜୁ କରାଯାଇଥିଲା । ପୋଲିସ ଘଟଣାର ଛାନ୍‌ଭିନ୍‌ କରି ଦୁଇ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ତେବେ ଗିରଫ ହୋଇଥିବା ବ୍ୟକ୍ତିଜଣଙ୍କ ମଧ୍ୟରୁ ଜଣେ ବସ୍‌ ଡ୍ରାଇଭ୍‌ର ବୋଲି ଜଣାପଡିଛି ।  ଘଟଣାରେ ଆହୁରି ୨ଜଣ ଅଭିଯୁକ୍ତଙ୍କ ସନ୍ଧାନ କରୁଛି ପୋଲିସ । ଯିଏକି ଏହି ଘଟଣା ସହିତ ଜଡିତ ଥିବା ପୋଲିସ ପକ୍ଷରୁ କୁହାଯାଇଛି ।  ତେବେ ଆଇପିସିର ଧାରା ୩୭୬ , ୫୦୬, ୨୦୧ ଆଧାରରେ ନୋଏଡାର ସେକ୍ଟର ୨୦ ପୋଲିସ୍ ଷ୍ଟେସନରେ ମାମଲା ପଞ୍ଜୀକୃତ ହୋଇଛି ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.