Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଙ୍ଗରାଜ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ, ବହୁ ସେବାୟତ କୋଭିଡ୍‌ ପଜିଟଭ୍‌ ଚିହ୍ନଟ
  • ||
  • କେକେଆରକୁ ୨୦୫ ରନ୍‌ର ବିଜୟ ଲକ୍ଷ ଦେଲା ଆରସିବି
  • ||
  • କରୋନା ଯୋଗୁଁ ପଶ୍ଚିମବଙ୍ଗରେ ନିଜର ସବୁ ରାଲି ବାତିଲ କଲେ ରାହୁଲ ଗାନ୍ଧୀ: ସୋସିଆଲ ମିଡ଼ିଆରେ ହେଉଛି ପ୍ରଶଂସା
  • ||
  • ଏପ୍ରିଲରେ ଭୟାବହ ରୂପ ନେଇଛି କରୋନା: ୧୮ ଦିନରେ ୨୬ ଲକ୍ଷରୁ ଅଧିକ ମାମଲା
  • ||
  • ଦାରିଙ୍ଗବାଡ଼ି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ : ନାବାଳକ ମୃତ, ୨ ଗୁରୁତର
  • ||
  • JEE ମେନ୍‌ ୨୦୨୧ ସ୍ଥଗିତ, ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନେସନାଲ୍ ଟେଷ୍ଟିଂ ଏଜେନ୍ସିର ନିଷ୍ପତ୍ତି
  • ||
  • କରୋନା ସଂକ୍ରମଣ ଚିନ୍ତା, ଆଗୁଆ ପଦକ୍ଷେପ : ୪ରୁ ୫ ଗୁଣ ବଢିବ ବେଡ୍ ସଂଖ୍ୟା
  • ||
  • ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୪୪ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ମିଳିଲାନି ଅମ୍ଳଜାନ, ଜୀବନ ହାରିଲେ ୬ କରୋନା ଆକ୍ରାନ୍ତ
  • ||
  • ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||

‘ଏକ ଔର ନରେନ’…ପଶ୍ଚିମବଙ୍ଗ ନିର୍ବାଚନ ମଧ୍ୟରେ ମୋଦୀଙ୍କ ଉପରେ ଆଉ ଏକ ଫିଲ୍ମ, ଲିଡ୍ ରୋଲ୍‌ରେ ଗଜେନ୍ଦ୍ର ଚୌହ୍ଵାନ

4/03/2021 at 8:20 PM

କୋଲକାତା ୦୪।୦୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ  ଜୀବନି ଉପରେ ଆଉ ଏକ ଫିଲ୍ମ ନିର୍ମାଣ ହେବାକୁ ଯାଉଛି। ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିବେ ଗଜେନ୍ଦ୍ର ଚୌହ୍ଵାନ। ଗଜେନ୍ଦ୍ର ବିଆର ଚୋପ୍ରାଙ୍କ ମହାଭାରତରେ ଯୁଧିଷ୍ଠୀର ଚରିତ୍ରରେ ଅଭିନୟ କରିଥିଲେ। ଏବେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ନିର୍ମିତ ହେବାକୁ ଥିବା ଫିଲ୍ମରେ ମୁଖ୍ୟ ଚରିତ୍ରରେ ନଜର ଆସିବେ। ଫିଲ୍ମର ନାମ ରହିଛି ‘ଏକ ଔର ନରେନ’। ସୂଚନା ଅନୁଯାୟୀ ଏହି ଫିଲ୍ମରେ ପ୍ରଧାନମନ୍ତ୍ରୀ ମୋଦୀ ଓ ସ୍ଵାମୀ ବିବେକାନନ୍ଦଙ୍କ ଜୀବନ ଚରିତ୍ରକୁ ସମାନ୍ତରଳ ଭାବେ ପ୍ରଦର୍ଶିତ କରାଯିବ।

ଫିଲ୍ମ ନିର୍ଦ୍ଦେଶକ ମିଲନ ଭୌମିକ ଗୁରୁବାର ଏହାର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଫିଲ୍ମ ‘ଏକ ଔର ନରେନ’ଙ୍କ କାହାଣୀ ଦୁଇ ଭାଗରେ ବିଭକ୍ତ। ଗୋଟିଏରେ ନରେନ୍ଦ୍ରନାଥ ଦତ୍ତଙ୍କ ରୂପେ ସ୍ଵାମୀ ବିବେକାନନ୍ଦଙ୍କ କାର୍ଯ୍ୟ ଏବଂ ଜୀବନ ଶୈଳୀକୁ ପ୍ରଦର୍ଶିତ କରାଯାଉଥିବା ବେଳେ ଅନ୍ୟପଟେ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟି କୋଣ ଦେଖାଯିବ। ଭୌମିକ କହିଛନ୍ତି ଦୁଇ ବିଶିଷ୍ଟ ବ୍ୟକ୍ତିଙ୍କ ଜୀବନୀ ଉପରେ ଫିଲ୍ମ ନିର୍ମାଣ ହେବ। ବିବେକାନନ୍ଦ ନିଜ ଜୀବନକୁ ସାରା ବିଶ୍ଵରେ ଭାଇ-ଚାରା ସନ୍ଦେଶ ପ୍ରଚାରରେ ସମର୍ପିତ କରିଥିଲେ।

ଦ୍ଵିତୀୟ ବ୍ୟକ୍ତି ହେଉଛନ୍ତି ନରେନ୍ଦ୍ର ମୋଦୀ ଯିଏ ଭାରତକୁ ଏକ ନୂତନ ଶିଖରକୁ ନେଇ ଯାଇଛନ୍ତି ଏବଂ ରାଜନୀତି କ୍ଷେତ୍ରରେ ସେ ସବୁଠୁ ପ୍ରସିଦ୍ଧ ନେତାଙ୍କ ମଧ୍ୟରେ ଅଗ୍ରଗଣ୍ୟ। ଅଭିନେତା ଗଜେନ୍ଦ୍ର ଚୌହ୍ଵାନ କହିଛନ୍ତି, ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଗତ ୨୦ ବର୍ଷରୁ ବ୍ୟକ୍ତିଗତ ଭାବେ ଜାଣିଛନ୍ତି। ଜଣେ କଳାକାର ଭାବେ ଏମିତି ବ୍ୟକ୍ତିଙ୍କ ଚରିତ୍ରରେ ଅଭିନୟ କରିବା ତାଙ୍କ ପାଇଁ ବହୁତ ବଡ ଉପଲବ୍ଧି।

ପୂର୍ବରୁ ହୋଇ ସାରିଛି ବାୟୋପିକ

ସୂଚନାଯୋଗ୍ୟ, ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଏକ ଫିଲ୍ମ ନିର୍ମାଣ ହୋଇଥିଲା। ତେବେ ନିର୍ବାଚନ ଆୟୋଗ ଏହାର ରିଲିଜ୍ ଉପରେ ରୋକ୍ ଲଗାଇଥିଲେ। ଲୋକସଭା ନିର୍ବାଚନ ସଂପନ୍ନ ପରେ ଏହି ଫିଲ୍ମ ରିଲିଜ୍ ହୋଇଥିଲା। ଫିଲ୍ମର ନାମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଥିଲା। ଏହାର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବିବେକ ଅବରୟ। ଫିଲ୍ମରେ ମୋଦୀଙ୍କ ଶଶବ୍ୟଠୁ ନେଇ ପ୍ରଧାନମନ୍ତ୍ରୀ ହେବା ପର୍ଯ୍ୟନ୍ତ କାହାଣୀ ରହିଛି।

   Related Posts