Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ସିଂଘୁ ସୀମାରେ ଆଉ ଜଣେ ଚାଷୀଙ୍କର ହୃଦଘାତରେ ମୃତ୍ୟୁ, ଦୁଇଜଣଙ୍କ ଅବସ୍ଥା ଗୁରୁତର

17/12/2020 at 3:23 PM

ନୂଆଦିଲ୍ଲୀ ୧୭/୧୨ : ସିଂଘୁ ସୀମାରେ ଭୀଷଣ ଥଣ୍ଡାରେ କୃଷକଙ୍କ ଧାରଣା ଜାରି ରହିଛି। ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଚାଷୀ ଧାରଣା ଦେଇଛନ୍ତି। ଧାରଣା ସମୟରେ ଚାଷୀଙ୍କ ମୃତ୍ୟୁ ସିଲସିଲା ମଧ୍ୟ ଜାରି ରହିଛି। ଧାରଣା ସମୟରେ ଅନେକ ଚାଷୀ ଜୀବନ ହାରିଛନ୍ତି। ବୁଧବାର ଦିନ ଆଉ ଜଣେ ଆନ୍ଦୋଳନରତ ଚାଷୀଙ୍କର ହୃଦଘାତ ଯୋଗୁଁ ମୃତ୍ୟୁ ହୋଇଛି। ସେ ୩ ଦିନ ପୂର୍ବରୁ ପଞ୍ଜାବରୁ ଆସିଥିଲେ। ସିଂଘୁ ସୀମାରେ ୫ ଓ ଟୀକରି ସୀମାରେ ୬ ଚାଷୀଙ୍କ ମୃତ୍ୟୁ ହୋଇସାରିଛି।

ଚାଷୀଙ୍କ ପରିବାର ଲୋକଙ୍କ କହିବାନୁଯାୟୀ, ଭୀଷଣ ଥଣ୍ଡା ଓ ହୃଦଘାତ ଯୋଗୁଁ ଚାଷୀଙ୍କ ମୃତ୍ୟୁ ହୋଇଛି। ପରିବାରଲୋକ ସରକାରଙ୍କୁ ଆର୍ଥିକ ସହାୟତା ଦାବି କରିଛନ୍ତି। ମୃତକଙ୍କ ପରିବାର ଲୋକ କହିଛନ୍ତି ଯେ ଚାଷୀଙ୍କ ପାଖରେ ୨ ଏକର ଜମି ଥିଲା ଓ ତାଙ୍କ ମୁଣ୍ଡରେ ଋଣ ମଧ୍ୟ ଥିଲା। ସରକାର ପୀଡିତ ପରିବାରକୁ ସାହାଯ୍ୟ କରିବା ଉଚିତ।

ସୂଚନାଯୋଗ୍ୟ ଯେ, ପଞ୍ଜାବ ପଟିଆଲାର ସୌହଲି ଗାଁରେ ରହୁଥିବା ପାଲ ସିଂହ ଡିସେମ୍ବର ୧୩ ତାରିଖରେ ସିଂଘୁ ଧାରଣାସ୍ଥଳକୁ ଆସିଥିଲେ। ତାଙ୍କ ସହ ତାଙ୍କର କିଛି ସାଥି ମଧ୍ୟ ଥିଲେ। ମଙ୍ଗଳବାର ରାତିରେ ଖାଇବା ପରେ ସେ ଟ୍ରାକ୍ଟର ଟ୍ରଲିରେ ଯାଇ ଶୋଇପଡିଲେ। କିଛି ପରେ ଯେତେବେଳେ ଅନ୍ୟ ସାଥିମାନେ ଶୋଇବାକୁ ଆସିଥିଲେ ସେତେବେଳେ ତାଙ୍କର ଚେତା ନଥିଲା। ସେମାନେ ତୁରନ୍ତ ଡାକ୍ତରଙ୍କୁ ଡାକିଥିଲେ କିନ୍ତୁ ସେତେବେଳେ ବିଳମ୍ବ ହୋଇଯାଇଥିଲା। ଡାକ୍ତର ଆସିବା ପୂର୍ବରୁ ପାଲ ସିଂହଙ୍କ ଜୀବନ ଚାଲିଯାଇଥିଲା। ଏହାପରେ ସେମାନେ କୁଣ୍ଡଳୀ ଥାନା ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ହସ୍ପିଟାଲକୁ ପଠାଇଥିଲା। ବୁଧବାର ଦିନ ତାଙ୍କର ପୋଷ୍ଟ ମର୍ଟମ୍ କରାଯାଇଥିଲା। ଅପରପକ୍ଷରେ ଧାରଣାସ୍ଥଳୀରେ ଆଉ ଦୁଇଜଣ ଚାଷୀଙ୍କ ସ୍ୱାସ୍ଥ୍ୟ ମଧ୍ୟ ବିଗିଡି ଯାଇଥିଲା। ସାଥିମାନେ ଏ ସମ୍ପର୍କରେ ପୋଲିସ ଓ ସ୍ୱାସ୍ଥ୍ୟ ବିଭାଗକୁ ସୂଚନା ଦେଇଥିଲେ। ସୂଚନା ପାଇ ଆମ୍ବୁଲାନ୍ସ ଆସି ଅସୁସ୍ଥ ଚାଷୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଛି।

   Related Posts