ଆଉ ଜଣେ ଭଣ୍ଡ ବାବା ଗିରଫ : ମା କୁ ଜିନିଷ ଆଣିବାକୁ ପଠାଇ ନାବାଳିକା ସହ କରିଥିଲା ଅସଦାଚରଣ

Published By : Prameya-News7 Bureau | September 03, 2018 IST

ନୂଆଦିଲ୍ଲୀ ୩|୯: ଆଉ ଜଣେ ଆତ୍ମଘୋଷିତ ବାବାକୁ ଗିରଫ କରିଛି ଦିଲ୍ଲୀ ପୋଲିସ । ଜଣେ ନାବାଳିକାକୁ ଅସଦାଚରଣ କରିବା ମାମଲାରେ ତାଙ୍କୁ ଗିରଫ କରାଯାଇଛି । ଗିରଫ ବାବାର ନାଁ ନବେ ଭଗତ ଦାସ । ଝଡାଫୁଙ୍କା ପାଇଁ ଦକ୍ଷିଣ ଦିଲ୍ଲୀର ଆଶ୍ରମକୁ ଆସିଥିଲା ଏହି ନାବାଳିକା ।ବୀରେନ୍ଦ୍ର ଦେବ ଦୀକ୍ଷିତ ଏବଂ ଦାତୀ ମହାରାଜ ପରେ ଦିଲ୍ଲୀରେ ଆଉ ଜଣେ ବାବାଙ୍କ ବିରୋଧରେ ଅସଦାଚାରଣ ଭଲି ସଂଗୀନ ଅଭିଯୋଗ ଆସିଛି । ଦିଲ୍ଲୀ ପୋଲିସ ୪୨ ବର୍ଷର ଏହି ଆତ୍ମଘୋଷିତ ଧର୍ମଗୁରୁଙ୍କୁ ଦକ୍ଷିଣ ଦିଲ୍ଲୀ ସ୍ଥିତ ଆଶ୍ରମରେ ଜଣେ ନାବାଳିକକୁ ଅସଦାଚରଣ ଏବଂ ଦୁର୍ବବ୍ୟହାର ମାମଲାରେ ପୋଲିସ ଗିରଫ କରିଛି । ଅଭିଯୁକ୍ତ ବାବାର ନାଁ ନବେ ଭଗତ ଦାସ ଓରଫ ନବାବ ସିଂ । ସେ ଭାଟିଖୁର୍ଦ ଗାଁର ବାସିନ୍ଦା । ବାବା ଗତ ୧୦ ବର୍ଷ ହେଲା ନିଜ ଆଶ୍ରମ ଚଳାଉଥିଲା । ନବେ ଭଗତ ବିରୋଧରେ ଅଗଷ୍ଟ ୧୭ ରେ ଚିଠି ଯୋଗେ ଅଭିଯୋଗ ଆସିଥିଲା । ଏହା ପରେ ବାବାକୁ ଗିରଫ କରାଯାଇଛି ।…. ବାବା ବିରୋଧରେ ନାବାଳିକାର ମା ଡାକ ଯୋଗେ ପୋଲିସକୁ ଅଭିଯୋଗ ପଠାଇଥିଲେ । ଏଥିରେ ନାବାଳିକାକୁ ବାବା ନବେ ଦାସ ଯୌନ ନିର୍ଯାତନା ଦେଇଥିବା ଉଲ୍ଲେଖ ଥିଲା । ନାବାଳିକା ଜଣଙ୍କ ରୋଗରେ ପଡିବାରୁ ତାକୁ ଗତ ୧୪ ତାରିଖରେ ଆଶ୍ରମକୁ ଆଣିଥିଲେ ବାବାଙ୍କ ଆଶୀର୍ବାଦ ପାଇଁ । ହେଲେ ବାବା ନାବାଳିକାର ମାକୁ ଜିନିଷି ଆଣିବାକୁ ବାହାରକୁ ପଠାଇ ଦେଇ ନାବାଳିକା ସହ ଅସଦାଚରଣ କରିଥିଲେ । ମହିଳା ଜଣଙ୍କ ଫେରିବା ପରେ ଘଟଣା ସଂପର୍କରେ ଜାଣି ପାରିଥିଲେ । ଏନେଇ ପୋଲିସକୁ ଅଭିଯୋଗ ପଠାଇଥିଲେ । ଭଣ୍ଡ ବାବାଙ୍କର ଗୋଟିଏ ପରେ ଗୋଟିଏ କେଳେଙ୍କାରୀ ଏବେ ସାମ୍ନାକୁ ଆସୁଛି । ହେଲେ ଲୋକେ ତଥାପି ଚେତୁ ନାହାନ୍ତି ଏବଂ ଝଡାଫୁଙ୍କା ପାଇଁ ବାବାଙ୍କ ଶରଣ ପଶୁଛନ୍ତି । ଯାହାର ପରିଣତି ସେମାନଙ୍କୁ ଭୋଗୁବାକୁ ପଡୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.