ନନ୍ଦନକାନନରେ ଆଖି ବୁଜିଲା ମାଈ ହାତୀ ‘କମଳା’,ମାସକ ମଧ୍ୟରେ ୩ ହାତୀ ମୃତ
19/09/2019 at 8:07 PM

ଭୁବନେଶ୍ୱର – ନନ୍ଦନକାନନରେ ପୁଣି ଏକ ହାତୀର ମୃତ୍ୟ ହୋଇଛି। ମାଈ ହାତୀ କମଳାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ହରପିସ୍ ଭାଇରସ୍ ଯୋଗୁଁ ଏହା ହାତୀର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି ।
କମଳାକୁ ମିଶାଇ ନନ୍ଦନକାନନରେ ମୋଟ ୩ ଜଣ ହାତୀଙ୍କର ମୃତ୍ୟୁ ହୋଇଛି। ଏବେ ଗୌରୀ ନାମକ ଅନ୍ୟ ଏକ ହାତୀ ଗୁରୁତର ଅଛି ।
ଚଳିତ ବର୍ଷ ଅଗଷ୍ଟ ୧୪ତାରିଖରେ ୧୦ ବର୍ଷର ଦନ୍ତା ‘ଚନ୍ଦନ’ ଆଖି ବୁଜିଥିଲା । ଅଗଷ୍ଟ ୨୬ରେ ଆଖି ବୁଜିଥିଲା ୧୦ ବର୍ଷର ହାତୀ ‘ଜୁଲି’ । ୩ହାତୀଙ୍କର ମୃତ୍ୟୁ ପରେ ଏବେ ନନ୍ଦନକାନନରେ ହାତୀ ସଂଖ୍ୟା ୫କୁ ହ୍ରାସ ପାଇଛି ।
ନନ୍ଦନକାନନ ରେହରପିସ ନାମକ ମାରତ୍ମକ ରୋଗସଂକ୍ରମଣ ବ୍ୟାପିବା ଯୋଗୁଁ ହାତୀ ବଂଶ ବିପଦରେ। ଗତ କାଲିଠାରୁ ମାଈ ହାତୀ କମଳା ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିବା ବଳେ ଆଜି ଅପରାହ୍ନ ୪ଟ୩୦ ତାର ମୃତ୍ୟୁ ହୋଇଛି । ବିଭିନ୍ନ ପ୍ରକାର ଆଣ୍ଟିବାୟୋଟିକ ଦିଆଯାଇ ଚିକିତ୍ସା କରାଯାଉ ଥିଲେ ମଧ୍ୟ ତାକୁ ବଞ୍ଚାଇବା ସମ୍ଭବ ହୋଇ ପାରିନାହିଁ । କମଳା ହରପିସ ଭାଇରସ ଆକ୍ରାନ୍ତ ହୋଇଥିବା ଅନୁମାନ କରାଯାଉଛି ।
କମଳାକୁ ଗତ ୧-୦୮-୨୦୧୩ ରେ ଆହାତ ଅବସ୍ଥାରେ କୋରାପୁଟ ନାରାୟଣପାଟଣା ଜଙ୍ଗଲରୁ ଉଦ୍ଧାର କରାଯାଇଥିଲା । ଏହାକୁ ଓୟୁଏଟିରେ ରଖି ଚିକିତ୍ସା କରାଯାଇ ସୁସ୍ଥ କରାଯାଇଥିଲା । ଗତ ୨୨-୧୧-୨୦୧୩ରେ ଓୟୁଏଟିରୁ ନନ୍ଦନକାନନ ଅଣାଯାଇ ଥିଲା । ୭ବର୍ଷ ପରେ ଆଜି ତାର ମୃତ୍ୟୁ ହୋଇଛି ।