Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଦିଲ୍ଲୀରେ ଆଉ ଜଣେ ଡାକ୍ତର କରୋନା ସଂକ୍ରମିତ, ରାଷ୍ଟ୍ରୀୟ ରାଜଧାନୀରେ ମୋଟ ମାମଲା ୧୨୧ ଛୁଇଁଲା

1/04/2020 at 11:41 AM

ନୂଆଦିଲ୍ଲୀ, ୦୧|୦୪: ଦିଲ୍ଲୀ ଏନସିଆରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହା ମଧ୍ୟରେ ଦିଲ୍ଲୀର ଆଉ ଜଣେ ଡାକ୍ତର କରୋନାରେ ସଂକ୍ରମିତ ହୋଇଛନ୍ତି । ସେ ପୂର୍ବ ଦିଲ୍ଲୀର କ୍ୟାନସର୍ ଇନଷ୍ଟିଚ୍ୟୁଟରେ କାମ କରନ୍ତି । ସେ କୌଣସି ସଂକ୍ରମିତଙ୍କ ଚିକିତ୍ସା ମଧ୍ୟ କରୁନଥିଲେ । ଏବେ ତାଙ୍କର ଚିକିତ୍ସା ଜାରି ରହିଛି ।

ସ୍ୱାସ୍ଥ୍ୟମନ୍ତ୍ରୀ ସତେନ୍ଦର ଜୈନଙ୍କ କହିବାନୁସାରେ, ଦିଲ୍ଲୀର ଷ୍ଟେଟ୍ କ୍ୟାନସର୍ ଇନଷ୍ଟିଚ୍ୟୁଟରେ ଜଣେ ପୁରୁଷ ଡାକ୍ତର କରୋନାରେ ସଂକ୍ରମିତ ହୋଇଛନ୍ତି । ସେ ନିଜ ଭାଇଙ୍କ ଘରକୁ ଯାଇଥିଲେ । କିଛିଦିନ ପୂର୍ବରୁ ସେ ୟୁନାଇଟେଡ୍ କିଙ୍ଗଡମରୁ ଫେରିଥିଲେ । କ୍ୟାନସର୍ ଇନଷ୍ଟିଚ୍ୟୁଟକୁ ଗୋଟିଏ ଦିନ ପାଇଁ ବନ୍ଦ କରିଦିଆଯାଇଛି । ସେଠାରେ ସାନିଟାଇଜେସନ ପ୍ରକ୍ରିୟା ଆରମ୍ଭ ହୋଇଛି ।

ଏହା ପୂର୍ବରୁ ମୋହଲ୍ଲା କ୍ଲିନିକର ଦୁଇଜଣ ଡାକ୍ତରଙ୍କ ଠାରେ କରୋନା ପଜିଟିଭ୍ ମିଳିଥିଲା । ଗୌତମ ବୁଦ୍ଧ ନଗରରେ ଆହୁରି ୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ଏଠାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୧ରେ ପହଁଚିଛି । ସେହିପରି ଗାଜିଆବାଦରେ ମଧ୍ୟ ୧୫ରୁ ଅଧିକ ଲୋକଙ୍କୁ ସ୍ୱାସ୍ଥ୍ୟ ବିଭାଗ କ୍ୱାରେଣ୍ଟାଇନରେ ପଠାଇଛି ।

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨୨୭ଟି ନୂଆ ମାମଲା ସାମ୍ନାକୁ ଆସିଛି । କେବଳ ଦିଲ୍ଲୀର ସଂକ୍ରମିତଙ୍କ ସଂଖ୍ୟା ୧୨୧ରେ ପହଁଚିଛି । ଏହା ମଧ୍ୟରୁ ୨୪ଟି ମାମଲା ତବଲୀଗୀ ଜମାତରୁ ମିଳିଛି ।

   Related Posts