ଭଲ ଖବର : ରାଜ୍ୟରେ ସୁସ୍ଥ ହେଲେ ଆଉ ଜଣେ କରୋନା ସଂକ୍ରମିତ

Published By : Prameya-News7 Bureau | May 08, 2020 IST

ଭୁବନେଶ୍ବର ୮|୫: ରାଜ୍ୟରେ ସୁସ୍ଥ ହେଲେ ଆଉ ଜଣେ କରୋନା ସଂକ୍ରମିତ । ସୁନ୍ଦରଗଡ ଜିଲ୍ଲା ରାଉରକେଲାର ଜଣେ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଫଳରେ ରାଜ୍ୟରେ ମୋଟ୍ ୬୩ ଜଣ ସୁସ୍ଥ ହୋଇଛନ୍ତି ।

wp:html /wp:html

ବର୍ତ୍ତମାନ ସୁଦ୍ଧା ସୁନ୍ଦରଗଡ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୨ରେ ପହଞ୍ଚିଥିବା ବେଳେ ୬ଟି ଆକ୍ଟିଭ୍ କେସ୍ ରହିଛି । ସେହିଭଳି ୬ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି ।

{"align":"center","id":266510,"width":559,"height":880,"sizeSlug":"large"}

ସୂଚନାଯୋଗ୍ୟ ଯେ, ଶୁକ୍ରବାର ରାଜ୍ୟରେ ୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪୫ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୧୮୦ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୨ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ୬୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.