ସୁସ୍ଥ ହେଲେ ଭୁବନେଶ୍ୱରର ଆଉ ଜଣେ କରୋନା ସଂକ୍ରମିତ

Published By : Prameya-News7 Bureau | May 02, 2020 IST

ଭୁବନେଶ୍ୱର, ୦୨।୦୫: ରାଜ୍ୟରେ ଗୋଟିଏ ପଟେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପଇବାରେ ଲାଗିଛି । ଏହା ମଧ୍ୟରେ ରାଜଧାନୀ ଭୁବନେଶ୍ୱରର ଆଉଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

wp:core-embed/twitter {"url":"https://twitter.com/HFWOdisha/status/1256550489858232327","type":"rich","providerNameSlug":"twitter","className":""}
https://twitter.com/HFWOdisha/status/1256550489858232327
/wp:core-embed/twitter

ଏହି ସଂକ୍ରମିତଜଣଙ୍କ ସୁସ୍ଥ ହେବା ପରେ ରାଜ୍ୟରେ ମୋଟ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୫୬ରେ ପହଁଚିଛି ।

ସୂଚନାଯୋଗ୍ୟ, ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫୭ରେ ପହଁଞ୍ଚିଛି। ଏହି ସଂକ୍ରମଣଙ୍କ ମଧ୍ୟରୁ ଯାଜପୁର ଜିଲ୍ଲାରେ ୪୮ ଜଣ ସଂକ୍ରମିତ ରହିଛନ୍ତି। କରୋନା ସଂକ୍ରମିତ ତାଲିକାରେ ଖୋର୍ଦ୍ଧା ଜିଲ୍ଲାକୁ ଟିପିଛି ଯାଜପୁର ଜିଲ୍ଲା। ଖୋର୍ଦ୍ଧାରେ ସଂକ୍ରମିତଙ୍କ ସଂଖ୍ୟା ରହିଛି ୪୭ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.