ଯାଜପୁରରେ ଆଉ ଜଣେ କରୋନା ପଜିଟିଭ୍, ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୧୧

Published By : Prameya-News7 Bureau | April 27, 2020 IST

ଯାଜପୁର, ୨୭|୦୪:  ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଜଣଙ୍କ ଯାଜପୁରର ବୋଲି ଜଣାପଡିଛି । ଆଜି ଗୋଟିଏ ଦିନରେ ଏବେସୁଦ୍ଧା ୮ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୧୧ରେ ପହଁଚିଛି ।

wp:core-embed/twitter {"url":"https://twitter.com/IPR_Odisha/status/1254739653963505670","type":"rich","providerNameSlug":"twitter","className":""}
https://twitter.com/IPR_Odisha/status/1254739653963505670
/wp:core-embed/twitter

ଏହାର କିଛି ସମୟ ପୂର୍ବରୁ ଆଉ ୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ ।ସେହିପରି ସକାଳେ ମଧ୍ୟ ୩ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ସବୁଠାରୁ ବଡ କଥା ହେଲା ଯେ କୋରାପୁଟ ଦଶମନ୍ତପୁରର ଜଣେ ୨୨ ବର୍ଷୀୟ ସ୍ୱାସ୍ଥ୍ୟକର୍ମୀ କରୋନା ସଂକ୍ରମିତ ହୋଇଛନ୍ତି ।

ଏବେସୁଦ୍ଧା ସୋମବାର ୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଏହା ପୂର୍ବରୁ ସକାଳେ ୫ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ସମସ୍ତ ଆକ୍ରାନ୍ତ ବାଲେଶ୍ବର କଣ୍ଟେନମେଣ୍ଟ ଅଞ୍ଚଳର ବୋଲି ସୂଚନା ଜଣାପଡିଥିଲା । ଏହାପରେ ବାଲେଶ୍ୱର ଓ କୋରାପୁଟରେ ୨ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏବେ ପୁଣି ଯାଜପୁରରେ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତାଙ୍କ ଘର ଯାଜପୁର ବାସୁଦେବପୁର ହୋଇଥିବା ସୂଚନା ମିଳିଛି । ଏହି ୩୪ ବର୍ଷୀୟ ସଂକ୍ରମିତ ଜଣଙ୍କ କୋଲକାତାରୁ ଫେରିଥିଲେ ।

ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କୁ ମିଶାଇ କେବଳ ବାଲେଶ୍ବରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬କୁ ବୃଦ୍ଧି ପାଇଛି । ସେହିପରି ଯାଜପୁରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୯ରେ ପହଁଚିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.