ଭୁବନେଶ୍ୱରରେ ଆଉ ଜଣେ କରୋନା ଆକ୍ରାନ୍ତ, ଶନିବାର ଚିହ୍ନଟ ହୋଇଥିବା ୪ ପଜିଟିଭ୍‌ଙ୍କ ମଧ୍ୟରୁ ଜଣେ

Published By : Prameya-News7 Bureau | April 12, 2020 IST

ଭୁବନେଶ୍ୱର ୧୨।୦୪: ଭୁବନେଶ୍ବରରେ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ। ଗତକାଲି ରାତିରେ ରାଜ୍ୟରେ ଚିହ୍ନଟ ହୋଇଥିବା ୪ ଜଣ କରୋନା ପଜିଟିଭ୍ ଙ୍କ ମଧ୍ୟରେ ଜଣେ ଭୁବନେଶ୍ବରର ବୋଲି ଜଣାପଡିଛି । ଅନ୍ୟ ଦୁଇ ଜଣ ସୁନ୍ଦରଗଡ଼ ଜିଲ୍ଲାର ଓ ଜଣେ କେନ୍ଦ୍ରାପଡ଼ା ଜିଲ୍ଲାର ବୋଲି ଜଣାପଡିଥିଲା । ତେବେ ଭୁବନେଶ୍ୱରରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ଟାଭ୍ରେଲ ହିଷ୍ଟ୍ରିଂ ଟ୍ରେସିଂ ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ ମାଧ୍ୟମରେ ସୂଚନା ଦିଆଯାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କରୋନାରେ ସଂକ୍ରମିତଙ୍କ ସଂଖ୍ୟା ୫୪ରେ ପହଞ୍ଚିଛି।

wp:core-embed/twitter {"url":"https://twitter.com/IPR_Odisha/status/1249234200487591936","type":"rich","providerNameSlug":"twitter","className":""}
https://twitter.com/IPR_Odisha/status/1249234200487591936
/wp:core-embed/twitter

ଶନିବାର ଦିନ ରାଜ୍ୟରେ ଚିହ୍ନଟ ହୋଇଥିବା ଚାରି ଜଣ କରୋନା ପଜିଟିଭ୍‌ଙ୍କ ମଧ୍ୟରୁ କେନ୍ଦ୍ରାପଡାର ଜଣେ ଓ ସୁନ୍ଦରଗଡରୁ ଦୁଇ ଜଣ ସଂକ୍ରମିତ ଥିଲେ ବୋଲି ଜଣାପଡିଥିଲା । ତେବେ ବାକି ଥିବା ଅନ୍ୟ ଆକ୍ରାନ୍ତ ଜଣଙ୍କୁ ଭୁବନେଶ୍ୱରର ବାସିନ୍ଦା ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ଟ୍ୱିଟ ମାଧ୍ୟମରେ ସୂଚନା ଦେଇଛନ୍ତି । ଶନିବାର ଦିନ ପରୀକ୍ଷଣ ହୋଇଥିବା ରକ୍ତ ନମୁନାରୁ ସେ ପଜିଟିଭ୍‌ ଥିବା ଜଣାପଡିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.