ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ : ରାଜ୍ୟରେ ମୋଟ କୋଭିଡ୍-୧୯ ପଜିଟିଭ୍ ସଂଖ୍ୟା ୫୬କୁ ବୃଦ୍ଧି

Published By : Prameya-News7 Bureau | April 14, 2020 IST

ଭୁବନେଶ୍ୱର ୧୪।୦୪: ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ଓ୍ୱେବସାଇଟ୍‌ର ତଥ୍ୟ ଅନୁସାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୬କୁ ବୃଦ୍ଧି ପାଇଛି । କୋଭିଡ୍‌-୧୯ରେ ଚିହ୍ନଟ ହୋଇଥିବା ସଂକ୍ରମିତ ବ୍ୟକ୍ତିଜଣଙ୍କ କେଉଁ ଅଞ୍ଚଳର ତାହା ଜଣାପଡିନାହିଁ । ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୪୭୩୪ ନମୁନା ପରୀକ୍ଷଣ ହୋଇଥିବା ବେଳେ ୪୬୭୮ଜଣଙ୍କ ନମୁନା ନେଗେଟିଭ୍‌ ଆସିଛି ।

{"id":253837,"sizeSlug":"large"}

ଗତକାଲି ରାଜ୍ୟ ପାଇଁ କରୋନା ବିରୋଧୀ ଲଢ଼େଇରେ ଏକ ଆଶ୍ବସ୍ତିର ଖବର ଆସିଥିଲେ । ରାଜ୍ୟରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଆଉ ୫ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବା ସୂଚନା ଦେଇଥିଲା ରାଜ୍ୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ।  ସମସ୍ତେ ଭୁବନେଶ୍ବରର ହୋଇଥିବା ବେଳେ ନମୁନା ଟେଷ୍ଟିଂ ପରେ ସମସ୍ତେ କରୋନା ନେଗେଟିଭ୍ ଆସିଛଥିଲେ । ତେବେ ୫ ଜଣ ସୁସ୍ଥ ହେବା ପରେ ଏବେ ଆକ୍ଟିଭ୍  କେସ୍ ୩୬କୁ ଖସି ଆସିଥିଲେ  ଏବଂ ସୁସ୍ଥ  ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ଏହି ୫ ଜଣଙ୍କୁ ମିଶାଇ ରାଜ୍ୟରେ ୧୮  ପହଁଞ୍ଚିଛି । ସେହପିର ଗତକାଲି ବମିଖାଲ୍ କଣ୍ଟେନମେଣ୍ଟ ଜୋନରୁ ଆଉ ଜଣେ ପଜିଟିଭ ଚିହ୍ନଟ  ହୋଇଛନ୍ତି। ସେହିପରି ରାଜ୍ୟରେ ଆଗାମୀ ୫ ମାସ ପାଇଁ ଯଥେଷ୍ଟ ପରିମାଣରେ ଅତ୍ୟାବଶ୍ୟକୀୟ ଔଷଧ, ମାସ୍କ, ସାନିଟାଇଜର ଓ ବ୍ୟକ୍ତିଗତ ସୁରକ୍ଷା ଉପକରଣ ମହଜୁଦ ଅଛି । ଆଉ ୪ ମାସର ଔଷଧ ଆମଦାନୀ ପାଇଁ ସରକାରଙ୍କ ପକ୍ଷରୁ ଆଦେଶ ଦିଆଯାଇଛ ମଧ୍ୟ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.