Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଣତନ୍ତ୍ର ଦିବସରେ ୩୮୪ଜଣଙ୍କୁ ମିଳିବ ବୀରତା ପୁରସ୍କାର, ଘୋଷଣା କଲେ ରାଷ୍ଟ୍ରପତି
  • ||
  • ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା : ଇସ୍ତଫା ଦେଲେ ଆରପିଏନ୍ ସିଂହ, ବିଜେପିରେ ହେବେ ସାମିଲ୍
  • ||
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||

ଯାଜପୁର ଜିଲ୍ଲାର ୫୬ ନମ୍ବର କରୋନା ଆକ୍ରାନ୍ତ : ସଂକ୍ରମିତଙ୍କ ଟ୍ରାଭେଲ୍ ହିଷ୍ଟ୍ର ଜାରି, ଦୁଇ ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

14/04/2020 at 11:37 AM

ଭୁବନେଶ୍ୱର ୧୪।୦୪: ଆଜି ରାଜ୍ୟରେ ଆଉଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟର ୫୬ ନମ୍ବର କରୋନା ପଜିଟିିଭ୍ ଜଣକ ଯାଜପୁରରୁ ବୋଲି ଜଣାପଡିଛି । ଏନେଇ ସୂଚନା ଦେଇଛନ୍ତି ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ । ଆକ୍ରାନ୍ତ ଜଣକ ଯାଜପୁର ବ୍ଲକ ଜାଫରପୁର ପଞ୍ଚାୟତ ସାନ ତ୍ରିଲୋଚନପୁର ଗାଁର ବୋଲି ଜଣାପଡିଛି । ତାଙ୍କ ବୟସ ୬୬ ବର୍ଷ । ଗତ ମାର୍ଚ୍ଚ ୨୮ରେ ସେ କୋଲକାତାରୁ ଏକ ପରିବା ଗାଡିରେ ଫେରିଥିଲେ । ଏହା ଜଣାପଡିବା ପରେ ଗତ ୧୦ ତାରିଖରେ ତାଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଥିଲା । ତେବେ ଗତକାଲି ତାଙ୍କର ସ୍ବାବ୍ ଟେଷ୍ଟ ପାଇଁ ଯାଇଥିବା ବେଳେ କୋଭିଡ୍-୧୯ ପଜିଟିଭ୍ ଆସିଛି । ବର୍ତ୍ତମାନ ତାଙ୍କୁ ଅଶ୍ବିନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ କଣ୍ଟାକ୍ଟ ଟ୍ରେସିଂ ପରେ ସେହି ଗାଡିରେ ୭ ରୁ ୮ ଜଣ ଥିବା ଜଣାପଡିଛି ।

ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨କୁ ବୃଦ୍ଧି ପାଇଛି । ୫୬ ନମ୍ବର ଆକ୍ରାନ୍ତ ଚିହ୍ନଟ ପରେ ସାନ ତ୍ରିଲୋଚନପୁର ଗାଁ ଏବଂ ଏହାର ନିକଟବର୍ତ୍ତୀ ସଇପୁର-୩ କୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଏହି ଅଞ୍ଚଳରେ ଲୋକଙ୍କୁ ଘରୁ ନବାହାରିବାକୁ ପରାମର୍ଶ ଦେଇଛି ଜିଲ୍ଲା ପ୍ରଶାସନ । ଅତ୍ୟାବଶ୍ୟକୀୟ ସାମଗ୍ରୀ ଲୋକମାନଙ୍କୁ ଯୋଗାଇ ଦିଆଯିବ । ଏହାଛଡା ସ୍ଥାନୀୟ ଅଞ୍ଚଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶୋଧନ କରାଯିବ ।

   Related Posts