ଭଲ ଖବର: ସୁସ୍ଥ ହେଲେ ରାଜ୍ୟର ଆଉ ଜଣେ କରୋନା ସଂକ୍ରମିତ

Published By : Prameya-News7 Bureau | April 28, 2020 IST

ଭୁବନେଶ୍ୱର, ୨୮|୦୪: ଆଜି ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ସୁସ୍ଥ ହୋଇଥିବା ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୮ରେ ପହଁଚିଛି ।  ସୁସ୍ଥ ହୋଇଥିବା ବ୍ୟକ୍ତିଜଣଙ୍କ ଭୁବନେଶ୍ୱରର ବୋଲି ସୂଚନା ମିଳିଛି ।

wp:core-embed/twitter {"url":"https://twitter.com/HFWOdisha/status/1255096752040001542","type":"rich","providerNameSlug":"twitter","className":""}
https://twitter.com/HFWOdisha/status/1255096752040001542
/wp:core-embed/twitter

ଗୋଟିଏ ପଟେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିଲେ ମଧ୍ୟ ଏକ ଭଲ ଖବର ସାମ୍ନାକୁ ଆସିଛି । ଆଜି ଜଣେ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଗତକାଲି ୨ଜଣ ସଂକ୍ରମିତ ସୁସ୍ଥ ହୋଇଥିଲେ । ଏବେ ମୋଟ ୩୮ ସୁସ୍ଥ ହୋଇଛନ୍ତି ।

ସୋମବାର ମଧ୍ୟ ଭୁବନେଶ୍ୱରର ୨ଜଣ ସଂକ୍ରମିତ ସୁସ୍ଥ ହୋଇଥିଲେ । ଏହା ପରେ ରାଜ୍ୟରେ ମୋଟ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩୭ରେ ପହଁଚିଥିଲା । ଆଜି ଏହା ୩୮ରେ ପହଁଚିଛି । ରବିବାର ମଧ୍ୟ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଥିଲେ । ସେ ଭୁବନେଶ୍ୱର ଏମସ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । କରୋନା ରିପୋର୍ଟ ନେଗେଟିଭ୍ ଆସିବା ପରେ ତାଙ୍କୁ ମେଡିକାଲରୁ ଡିସଚାର୍ଜ୍ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.