Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||
  • ସମ୍ବଲପୁର : ଜିପ୍ ଧକ୍କାରେ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା, ଚାଳକଙ୍କୁ ଅଟକ ରଖିଲା ପୋଲିସ
  • ||
  • ବଡବିଲ : ଭାରସାମ୍ୟ ହରାଇ ୨୫ଫୁଟ ଖାଇକୁ ଖସିଲା ଟ୍ରକ୍, ଡ୍ରାଇଭର ମୃତ
  • ||
  • ଝାରସୁଗୁଡା : ଜାଲ୍ ନୋଟ୍‌ କାରବାରର ପର୍ଦ୍ଦାଫାଶ, ୩ ଗିରଫ, ୯୬ ହଜାର ଜାଲ୍ ନୋଟ୍ ଜବତ
  • ||
  • କଟକ : IIFLରୁ ସୁନା ଲୁଟ୍ ମାମଲାରେ ଆଉ ୨ ଜଣଙ୍କୁ ବାନ୍ଧିଲା ପୋଲିସ, ମୁଖ୍ୟ କାର୍ପଟଦାର ଲାଲାର ଥିଲେ ସହଯୋଗୀ
  • ||

କଳାହାଣ୍ଡିକୁ ବ୍ୟାପିଲା କରୋନା ଭାଇରସ୍, ଓଡ଼ିଶାରେ କୋଭିଡ୍-୧୯ ପଜିଟିଭ୍ ସଂଖ୍ୟା ୨୧କୁ ବୃଦ୍ଧି

4/04/2020 at 10:06 PM

ଭୁବନେଶ୍ଵର ୦୪।୦୪- ଦେଶର ଅନ୍ୟ ରାଜ୍ୟ ପରି ଓଡ଼ିଶାରେ ମଧ୍ୟ କାୟା ବିସ୍ତାର କଲା କରୋନା ଭାଇରସ। ଏବେ ଆଉ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହା ସହିତ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୧ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ବୟସ ୨୯ ବର୍ଷ। ସେ କଳାହାଣ୍ଡି ଜିଲ୍ଲାର। ନିକଟରେ ସେ ବାହାରିନରୁ ଫେରିଥିଲେ। ଆଜି ୩୦୪ଟି ନମୁନାର ପରୀକ୍ଷା କରାଯାଇଥିବା ବେଳେ ଏହି  ୨୯ ବର୍ଷ ଯୁବକଙ୍କ କରୋନା ପଜିଟିଭ୍ ରିପୋର୍ଟ ଆସିଛି। ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍‌ ଜରିଆରେ ସୂଚନା ଦିଆଯାଇଛି।

ଉଲ୍ଲେଖଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ଉଦବେଗଜନକ ଭାବେ ବୃଦ୍ଧି ଘଟିଛି। କାଲି ଅପରାହ୍ନ ୩ଟା ସୁଦ୍ଧା କରୋନା ରୋଗୀଙ୍କ ସଂଖ୍ୟା ୫ ଥିବା ବେଳେ ରାତି ୧୧ଟା ୩୦ ବେଳକୁ ଏହି ସଂଖ୍ୟା ୨୦ରେ ପହଞ୍ଚିଥିଲା। ଏବେ ଆଉ ଜଣେ କରୋନା ଆକ୍ରାନ୍ତ କଳାହାଣ୍ଡି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ବୟସ ୨୯ ବର୍ଷ ହୋଇଥିବା ବେଳେ ସେ ନିକଟରେ ବାହାରିନରୁ ଫେରିଥିଲେ। ତାଙ୍କ ଠାରେ କୌଣସି କରୋନା ଲକ୍ଷଣ ଦେଖିବାକୁ ମିଳି ନଥିଲା। ମାତ୍ର ବିଦେଶ ଯାତ୍ରା କରିଥିବାରୁ ତାଙ୍କର ରକ୍ତ ନମୂନା ଓ ସ୍ଵାବର ପରୀକ୍ଷା କରାଯାଇଥିଲା। ରିପୋର୍ଟରେ ଯୁବକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତାଙ୍କୁ କ୍ଵାରେଣ୍ଟାଇନରେ ରଖାଯାଇ ଚିକିତ୍ସା ଜାରି ରହିଛି। ଆଜି ରାଜ୍ୟରେ ମୋଟ୍ ୩୦୪ଟି ନମୂନା ପରୀକ୍ଷା କରାଯାଇଥିଲା। ଏଥିରୁ କେବଳ ଗୋଟିଏ ପଜିଟିଭ୍ ଆସିଛି। ସେହି ପରି ରାଜ୍ୟରେ ଅଦ୍ୟାବଧି ୧୬୯୯ଟି ନମୂନା ଯାଞ୍ଚ କରାଯାଇଥିଲା। ସେଥିରୁ କୋଭିଡ୍-୧୯ ପଜିଟିଭ୍ ସଂଖ୍ୟା ୨୧କୁ ବୃଦ୍ଧି ଘଟିଛି।

ରାଜ୍ୟରେ କେଉଁ କେଉଁ ଅଞ୍ଚଳରୁ ଚିହ୍ନଟ ହେଲେଣି କରୋନା ରୋଗୀ

୨୧ କରୋନା ସଂକ୍ରମିତଙ୍କ ମଧ୍ୟରେ ସାତ ଜଣ ସୂର‌୍ୟ୍ୟନଗର ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି, ବର୍ମିଖାଲରୁ ୩ ଜଣ। ଏହାକୁ ମିଶାଇ କେବଳ ଭୁବନେଶ୍ଵରୁ ୧୫ କରୋନ ପଜିଟିଭ୍ ରୋଗୀ ଚିହ୍ନଟ ହେଲେଣି। ଏହି ପରି କଟକରୁ ୧, ପୁରୀରୁ ୧, ଯାଜପୁରରୁ ୧, ଭଦ୍ରକରୁ ୨ ଏବଂ କଳାହାଣ୍ଡିରୁ ୧ ସାମିଲ।

ଉଲ୍ଲେଖନୀୟ ଗତକାଲି ଗୋଟିଏ ଦିନରେ ରାଜ୍ୟରୁ ୧୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଗତକାଲି ସକାଳେ କଟକ ବକ୍ସିବଜାରରୁ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସଂଧ୍ୟାରେ ଭୁବନେଶ୍ୱରରୁ ୩ ଜଣ କୋଭିଡ-୧୯ ପଜିଟିଭ ଚିହ୍ନଟ ହୋଇଥିଲେ। ଏହି ୩ ଜଣ ବମିଖାଲ ଅଞ୍ଚଳର। ଏହା ପରେ ସୂର‌୍ୟ୍ୟନଗର ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଆହୁରି ୭ ଜଣ ବ୍ୟକ୍ତିଙ୍କ ଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ସୂର‌୍ୟ୍ୟନଗର ସଂକ୍ରମିତଙ୍କର ପତ୍ନୀ, ଝିଅ ଓ ପଡୋଶୀ ରହିଛନ୍ତି। ପୁରୀ ଓ ଯାଜପୁରରେ ଜଣେ, ଭଦ୍ରକର ୨ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି ।  ଫଳରେ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୧ରେ ପହଁଚିଛି । ଏଥିରୁ ଦୁଇ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

   Related Posts