Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୁକୁଡାକୁ ଖାଇଗଲେ ବୁଲା କୁକୁର, ରାଗି ଯାଇ ଗୁଳି କରିଦେଲା ମାଲିକ : ଥାନାରେ ମାମଲା
  • ||
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ରାଜ୍ୟରେ କରୋନା ନେଲା ଆଉ ଜଣଙ୍କ ଜୀବନ, ୮କୁ ବୃଦ୍ଧି ପାଇଲା ମୃତ୍ୟୁସଂଖ୍ୟା

5/06/2020 at 10:48 AM

ଭୁବନେଶ୍ବର ୫।୬ : ରାଜ୍ୟରେ କରୋନା ନେଲା ଆଉ ଜଣଙ୍କ ମୁଣ୍ଡ । ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ୮ ଜଣଙ୍କ ଜୀବନ ଗଲାଣି । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଓ୍ବେବସାଇଟ୍‌ରେ ସୂଚନା ପ୍ରଦାନ କରାଯାଇଛି । ତେବେ ମୃତକ ଜଣଙ୍କ ଖୋର୍ଦ୍ଧା ଜିଲ୍ଲାର ବୋଲି ଜଣାପଡିଛି । ଫଳରେ ଖୋର୍ଦ୍ଧା ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ସେହିଭଳି ପୂର୍ବରୁ ଗଞ୍ଜାମ ଜିଲ୍ଲାରୁ ୩ ଜଣ ଏବଂ କଟକ ଜିଲ୍ଲାରୁ ଜଣେ ସଂକ୍ରମିତଙ୍କ ମୃତ୍ୟୁ ହୋଇସାରିଛି । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଶୁକ୍ରବାର ରାଜ୍ୟରେ ଆଉ ୧୩୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୬୦୮ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୨୪ ଜଣ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିବା ବେଳେ ଅନ୍ୟ ୬ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।

ତେବେ ଶୁକ୍ରବାର ମୃତ୍ୟୁ ହୋଇଥିବା ବ୍ୟକ୍ତି ଜଣଙ୍କ ଖୋର୍ଦ୍ଧା ଜିଲ୍ଲାର ବୋଲି ଜଣାପଡିଛି । ତାଙ୍କ ବୟସ ୬୩ ବର୍ଷ । ତାଙ୍କର କୋଭିଡ୍-୧୯ ପଜିଟିଭ ଚିହ୍ନଟ ହେବା ପରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

ଶୁକ୍ରବାର ଚିହ୍ନଟ ହୋଇଥିବା ୧୩୦ ସଂକ୍ରମିତଙ୍କ ମଧ୍ୟରୁ କୋରାପୁଟ ଜିଲ୍ଲାରୁ ୬ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୨୨ ଜଣ, ପୁରୀ ଜିଲ୍ଲାରୁ ଜଣେ, ରାୟଗଡା ଜିଲ୍ଲାରୁ ଜଣେ, ଯାଜପୁର ଜିଲ୍ଲାରୁ ୩ ଜଣ, ଜଗତସିଂହପୁର ଜିଲ୍ଲାରୁ ଜଣେ, ଗଜପତି ଜିଲ୍ଲାରୁ ୭ ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୨୨ ଜଣ, କଟକ ଜିଲ୍ଲାରୁ ୨୩ ଜଣ, ଅନୁଗୋଳ ଜିଲ୍ଲାରୁ ଜଣେ, ବରଗଡ ଜିଲ୍ଲାରୁ ୪ ଜଣ, ଢେଙ୍କାନାଳ ଜିଲ୍ଲାରୁ ୨ ଜଣ, ବଲାଙ୍ଗୀର ୩ ଜଣ, ଭଦ୍ରକ ୪ ଜଣ, କେନ୍ଦୁଝର ୨ ଜଣ, କନ୍ଧମାଳ ୩ ଜଣ, କଳାହାଣ୍ଡି ୩ ଜଣ, ଗଞ୍ଜାମ ଜିଲ୍ଲାରୁ ୧୨ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୭ ଜଣ, ସୋନପୁର ଜିଲ୍ଲାରୁ ଜଣେ, କେନ୍ଦ୍ରାପଡା ଜିଲ୍ଲାରୁ ୨ ଜଣ ରହିଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୬୦୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୧୧୭ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୪୮୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ୮ ଜଣଙ୍କର ମୃତ୍ୟୁ କରୋନାଜନିତ ହୋଇଥିବା ବେଳେ ଦୁଇ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି ।

   Related Posts