ଯାଜପୁରରେ ଆଉଜଣେ କରୋନା ସଂକ୍ରମିତ ଚିହ୍ନଟ, ଜିଲ୍ଲାରେ ମୋଟ୍ ମାମଲା ୪୦କୁ ବୃଦ୍ଧି

Published By : Prameya-News7 Bureau | May 01, 2020 IST

ଯାଜପୁର, ୦୧|୦୫: ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତ ଜଣଙ୍କ ଯାଜପୁରର ବୋଲି ଜଣାପଡିଛି । ଫଳରେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୪୯ ଛୁଇଁଛି ।

ନୂଆ ଚିହ୍ନଟ ହୋଇଥିବା ସଂକ୍ରମିତ ଜଣଙ୍କ ଯାଜପୁର ବାସୁଦେବପୁର ଅଞ୍ଚଳର ୩୫ ବର୍ଷୀୟା ମହିଳା । ଏହାକୁ ମିଶାଇ କେବଳ ଯାଜପୁରରେ ସଂକ୍ରମିଙ୍କ ସଂଖ୍ୟା ୪୦ ଛୁଇଁଛି । ଆଜି ଗୋଟିଏ ଦିନରେ ଏବେସୁଦ୍ଧା ଏହି ଜିଲ୍ଲାରୁ ୪ଜଣ ସଂକ୍ରମିତ ଚିହ୍ନଟ ହୋଇସାରିଲେଣି ।

wp:core-embed/twitter {"url":"https://twitter.com/IPR_Odisha/status/1256192156026494976","type":"rich","providerNameSlug":"twitter","className":""}
https://twitter.com/IPR_Odisha/status/1256192156026494976
/wp:core-embed/twitter

ଆଜି ମଧ୍ୟାହ୍ନ ସୁଦ୍ଧା ରାଜ୍ୟରେ ୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇସାରିଥିଲେ । ସେମାନଙ୍କ ମଧ୍ୟରେ ବାଲେଶ୍ୱର ଜିଲ୍ଲାରେ ଜଣେ, ବଲାଙ୍ଗୀରରୁ ଜିଲ୍ଲାରୁ ୨ଜଣ ଓ ଯାଜପୁରରୁ ୩ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୪୯ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୦୭ ଆକ୍ଟିଭ କେସ୍‌ ରହିଥିବା ବେଳେ ୫୫ଜଣ ସୁସ୍ଥ ହୋଇସାରିଛନ୍ତି । ଏବଂ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଜଣେ ବ୍ୟକ୍ତିଙ୍କର କରୋନା ଜନିତ ମୃତ୍ୟୁ ହୋଇସାରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.