ଚିଟ୍‌ଫଣ୍ଡ ସଂସ୍ଥା MD ଗିରଫ, ୩ଶହ ଲୋକଙ୍କୁ ଠକିଛନ୍ତି ୧ କୋଟିରୁ ଅଧିକ ଟଙ୍କା

Published By : Prameya-News7 Bureau | February 13, 2020 IST

ବ୍ରହ୍ମପୁର, ୧୩।୨: ବ୍ରହ୍ମପୁର ପୋଲିସ ଗୁରୁବାର ଜଣେ ଚିଟ୍‌ଫଣ୍ଡ ସଂସ୍ଥା ପରିଚାଳନା ନିର୍ଦ୍ଦେଶକ( ଏମଡି)ଙ୍କୁ ଗିରଫ କରିଛି।  ସୁରଟରେ ଶାଖା ଥିବା ବାହାନାରେ ଜମାକାରୀଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକିନେଇଥିବାର ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି।

ବ୍ରହ୍ମପୁର ଏସଡିପିଓଙ୍କ ସୂଚନାନୁସାରେ, ଗିରଫ ବ୍ୟକ୍ତି ହେଉଛନ୍ତି ଗୋପାଳ ରାଉତ ଓ ସେ ସାଇ ଲାଣ୍ଡ୍ ମ୍ୟାନେଜମେଣ୍ଟ୍ ପ୍ରପର୍ଟି ନାମରେ ଏକ ଚିଟଫଣ୍ଡ ସଂସ୍ଥା ଚଳାଉଥିଲେ। ସେ ପ୍ରାୟ ୩୦୦ ଜମାକାରୀଙ୍କ ଠାରୁ ୧ କୋଟି ୯୬ ହଜାର ୮୦୦ ଟଙ୍କା ଠକି ନେଇଥିବା ପୋଲିସରେ ଅଭିଯୋଗ ହୋଇଥିଲା।

ଅଭିଯୋଗକୁ ଆଧାର କରି ପୋଲିସ ତଦନ୍ତ ଚଳାଇଥିବା ବେଳେ ତାଙ୍କୁ ଏବେ  ଗିରଫ କରାଯାଇଛି। ଏପରିକି ସେ ସୁରଟରେ ଶାଖା ଖୋଲିବେ କହି ଜମାକାରୀଙ୍କ ଠାରୁ  ଟଙ୍କା ଠକିନେଇଥିବାର ବି ଅଭିଯୋଗ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.