Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଜୋବ୍ରା ତପନ ନାୟକ ହତ୍ୟାକାଣ୍ଡ ଘଟଣା : ଅଭିଯୁକ୍ତ ମୁନ୍ନା ରେଡ୍ଡି ଗିରଫ, ଏବେବି ୨ ଅଭିଯୁକ୍ତ ଫେରାର

13/06/2019 at 11:27 AM

କଟକ ୧୩|୬: ଜୋବ୍ରା ତପନ ନାୟକ ହତ୍ୟାକାଣ୍ଡ ଘଟଣାର ଅନ୍ୟ ଜଣେ ଅଭିଯୁକ୍ତ ମୁନ୍ନା ରେଡ୍ଡି ଗିରଫ ହୋଇଛି । ମାଲଗୋଦାମ ଥାନା ପୋଲିସ ମୁନ୍ନା ରେଡ୍ଡିକୁ ଗିରଫ କରିଛି । ପୂର୍ବରୁ ଗିରଫ ହୋଇଥିଲା ମୁଖ୍ୟ ଅଭିଯୁକ୍ତ ହାପି ମହାନ୍ତି । ଅନ୍ୟ ୨ ଅଭିଯୁକ୍ତ ଏବେବି ଫେରାର ଅଛନ୍ତି । ଗତ ୯ ତାରିଖରେ ମାଛମରାକୁ ନେଇ ଜୋବ୍ରା ବ୍ୟାରେଜରେ ଛୁରାମାଡ ହୋଇଥିଲା । ଛୁରାମାଡରେ ଦୁର୍ଦ୍ଦନ୍ତା ତପନ ନାୟକ ଗୁରୁତର ହୋଇଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ୧୦ ତାରିଖରେ ତାର ମୃତ୍ୟୁ ହୋଇଥିଲା । ସେପଟେ ଜୋବ୍ରା ବ୍ୟାରେଜ ଗେଟରେ ବେଆଇନ ମାଛ ମାରୁଥିବା ବ୍ୟକ୍ତିଙ୍କ ଉପରେ ହେବ କଡା କାର୍ଯ୍ୟାନୁଷ୍ଠାନ । ମାଛମରାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଜଳସେଚନ ବିଭାଗ ସଚିବଙ୍କ ସହ ଆଲୋଚନା କରିବ କମିଶନରେଟ ପୋଲିସ ।

   Related Posts