Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଚାନ୍ଦିପୁର ITRରୁ ତଥ୍ୟ ଲିକ୍‌ ଘଟଣା : ଆଉ ଜଣକୁ ଗିରଫ କଲା ପୋଲିସ, ପୂର୍ବରୁ ବନ୍ଧା ହୋଇଛନ୍ତି ୪ ଜଣ

16/09/2021 at 4:44 PM

ଭୁବନେଶ୍ବର ୧୬/୦୯ : ଡିଆରଡିଓ ତଥ୍ୟ ଲିକ୍ ଘଟଣା ଆଜି ଆଉ ଜଣଙ୍କୁ ଗିରଫ କରିଛି ଚାନ୍ଦିପୁର ଥାନା ପୋଲିସ । ଗିରଫ ବ୍ୟକ୍ତି ଜଣକ DRDOର ନିୟମିତ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିବା ଜଣାପଡିଛି । ପାକିସ୍ତାନକୁ ଗୁପ୍ତ ତଥ୍ୟ ଯୋଗାଉଥିବା ନେଇ ଏକ ରାକେଟ୍‌ର ପର୍ଦ୍ଦାଫାସ ହେବା ପରେ ଛାନ୍‌ଭିନ୍‌ ଆରମ୍ଭ କରିଦେଇଛି ପୋଲିସ । ତେବେ ଆଜି ଗିରଫ ହୋଇଥିବା ଡ୍ରାଇଭର ଜଣକ ଆଇଟିଆର ଡାଇରେକ୍ଟରଙ୍କ ଗାଡି ଚଳାଉଥିବା କୁହାଯାଉଥିବା ବେଳେ ତାହା ସ୍ପଷ୍ଟ ହୋଇନାହିଁ ।

ସୂଚନାଯୋଗ୍ୟ, ଚାନ୍ଦିପୁର ITR ପ୍ରତିରକ୍ଷା କେନ୍ଦ୍ରରୁ ଗୁପ୍ତ ତଥ୍ୟ ଲିକ୍ ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦିଆଯାଇଛି। ପୂର୍ବରୁ ଗିରଫ ୪ ଅଭିଯୁକ୍ତ ହନିଟ୍ରାପ୍‌ରେ ପଡି ପ୍ରତିରକ୍ଷା ସଂକ୍ରାନ୍ତ ଗୁପ୍ତ ତଥ୍ୟ ଲିକ୍ କରିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି । ଏମିତି କିଛି ସନ୍ଦେହ କରୁଛି ପୋଲିସ । ଗିରଫ ଅଭିଯୁକ୍ତ ୪ ଜଣଙ୍କୁ ଗତକାଲି କୋର୍ଟରେ ହାଜର କରାଯାଇଥିଲା। ଏମାନଙ୍କର ପାକିସ୍ତାନ ଲିଙ୍କ୍ ବାବଦରେ ବାଲେଶ୍ଵର ପୋଲିସ  ତନାଘନା ଆରମ୍ଭ କରିଛି। ଏବେ ପୁଣି ଆଉ ଜଣଙ୍କୁ ଗିରଫ କରିଛି ଚାନ୍ଦିପୁର ଥାନା ପୋଲିସ ।

ହନିଟ୍ରାପରେ ପଡ଼ିଥିଲେ, ଦେଶର ଗୁପ୍ତ ତଥ୍ୟ ପାସ କରିଥିଲେ। ଚାନ୍ଦିପୁର ITR ପ୍ରତିରକ୍ଷା କେନ୍ଦ୍ରରୁ ଗୁପ୍ତ ତଥ୍ୟ ଲିକ୍ ଘଟଣାରେ ହନିଟ୍ରାପ ଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି। ପାକିସ୍ତାନୀ ଚାଲ ଚଲାଉଛନ୍ତି।  ସୁନ୍ଦରୀଙ୍କୁ ନିୟୋଜିତ କରୁଛନ୍ତି। ଭାରତର ପ୍ରତିରକ୍ଷା କେନ୍ଦ୍ର ଚାରିପଟେ ଜାଲ ପକାଇ ଟ୍ରାପ କରୁଛନ୍ତି। ଆଉ ଏ ସୁନ୍ଦରୀଙ୍କ ଜାଲରେ ଯିଏ ପଡୁଛି ତାଠାରୁ ଗୁପ୍ତ ତଥ୍ୟ  ଓଗାଳି ନେଉଛନ୍ତି ଏହି ପାକ୍ ସୁନ୍ଦରୀ । ବାଲେଶ୍ଵରରୁ ଗିରଫ ୫ ଜଣଙ୍କ ଉପରେ ଏମିତି କିଛି ସନ୍ଦେହ ଉପୁଜିଲାଣି। ପୂର୍ବରୁ ଗତକାଲି ୪ ଜଣଙ୍କ ମେଡିକାଲ ଟେଷ୍ଟ ପରେ କୋର୍ଟରେ ହାଜର କରାଯାଇଥିଲା। ଏହି ୪ ଜଣ କେତେ ତଥ୍ୟ ଲିକ୍‌ କରିଛନ୍ତି ତାହାର ଖୋଳତାଡ ଜାରି ରହିଛି । ସେଥି ମଧ୍ୟରୁ ଅତିଗୁରୁତ୍ଵପୂର୍ଣ୍ଣ ଓ ଗୁପ୍ତ ତଥ୍ୟ କଣ ସବୁ ରହିଛି? ଏମାନେ ଏହାଦ୍ଵାର କଣ କଣ ଫାଇଦା ପାଇଛନ୍ତି ଏସବୁର ତନାଘନା ଆରମ୍ଭ ହୋଇଛି। ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦିଆଯାଇଛି। 

ପୂର୍ବରୁ ଗିରଫ ୪ ଜଣ ହେଲେ ବାଲେଶ୍ଵର ଚାନ୍ଦିପୁର ଅଞ୍ଚଳର ବସନ୍ତ ବେହେରା ଏବଂ ଏସ୍.କେ ମୁସାଫିର, ବାଲେଶ୍ଵର ସଦର ଥାନା ଅଞ୍ଚଳର ହେମନ୍ତ କୁମାର ମିସ୍ତ୍ରୀ ଏବଂ ତାପସ ରଞ୍ଜନ ନାୟକ। ଏହି ୪ ଅଭିଯୁକ୍ତ ITRର ୩ ନମ୍ବର ଲଞ୍ଚ ପ୍ୟାଡ୍ ରେ କାମ କରୁଥିଲେ। ବସନ୍ତ ବେହେରା ଏବଂ ଏସ୍.କେ ମୁସାଫିର ଏସି ଅପରେଟର୍ ଭାବେ କାମ କରନ୍ତି। ସେହିପରି ହେମନ୍ତ କୁମାର ମିସ୍ତ୍ରୀ ଡିଜି ଅପରେଟର୍ ଭାବେ କାମ କରୁଥିବା ବେଳେ ତାପସ ରଞ୍ଜନ ନାୟକ ମେନ୍ ଗେଟ୍ କର୍ମଚାରୀ ଭାବେ କାମ କରନ୍ତି। ସେମାନେ ବିଦେଶୀ ସଂସ୍ଥା ଏବଂ ପାକିସ୍ତାନୀ ଏଜେଣ୍ଟଙ୍କ ସହ ଫୋନ୍ କଲ ମାଧ୍ୟମରେ ଲିଙ୍କରେ ରହି ତଥ୍ୟ ପ୍ରଘଟ କରିଥିବା ଆଶଙ୍କା କରାଯାଉଛି। ଯାହାର ପକ୍କା ତଥ୍ୟ ପାଇବା ପରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି। ସେପଟେ ଜଣେ ଅଭିଯୁକ୍ତ ପ୍ରକାଶ କରିଛନ୍ତି ପୋଲିସ ସେମାନଙ୍କୁ ଫସାଇ ଦେଇଛି।

ଗୋଟିଏ ପଟେ ଦିଲ୍ଲୀରୁ ପାକ ଆତଙ୍କବାଦୀ ଧରାପଡ଼ିବା ପରେ ମୁମ୍ବାଇରେ ଆତଙ୍କବାଦୀମାନେ ରେକି କରିଥିବା ସୂଚନା ମିଳିଲାଣି। ଏଣେ ଓଡ଼ିଶାରେ ପାକ୍ ଜାଲରେ ପଡ଼ି ତଥ୍ୟ ଲିକ୍‌ର ଚକ୍କର ଜଣା ପଡ଼ିଛି। ଗିରଫ ୪ ଜଣଙ୍କ ବ୍ୟତୀତ ଆଉ କିଛି ଏମିତି ପାକ୍ ଟ୍ରାପରେ ପଡ଼ିଛନ୍ତି କି ନାହିଁ ତାହାର ତଦନ୍ତ କରୁଥିଲା ପୋଲିସ । ଏହି କ୍ରମରେ ଗୁରୁବାର ଆଉ ଜଣଙ୍କୁ ଗିରଫ କରାଯାଇଛି ।

   Related Posts