Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ବିଧାୟକଙ୍କ ଗାଡି ଉପରକୁ ବୋମାମାଡ ଘଟଣା : ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ରଘୁନାଥ ପଣ୍ଡା ଗିରଫ

18/10/2021 at 4:50 PM

କେନ୍ଦୁଝର ୧୮।୧୦: ସଦର ବିଧାୟକ ତଥା ବିଧାନସଭା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝିଙ୍କ ଗାଡି ଉପରକୁ ବୋମାମାଡ ଘଟଣାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ରଘୁନାଥ ପଣ୍ଡା ଓରଫ ରାଘବ ପାଣ୍ଡେ ଟାଉନ ପୋଲିସ ଦ୍ବାରା ଗିରଫ । ସେ ନମୋ ସେନା ଦଳର ସଦସ୍ୟ ହୋଇଥିବା ବେଳେ ତାଙ୍କ ଘର ପଣ୍ଡାପଡ଼ା ଥାନାର ହୁଣ୍ଡା ଗାଁରେ । ପୋଲିସ ତାକୁ ରବିବାର ଗାଁରୁ ଗିରଫ କରିଛି । ତାକୁ ପଇସା ଲୋଭ ଦେଖାଇ ମୁନା ଡାକି ଆଣିଥିବା ସେ କହିବା ସହ ବୋମା ମାଡ ଘଟଣାରେ ସଂପୃକ୍ତ ଥିବା ସ୍ବୀକାର କରିଛି ।  

ସୂଚନାଯୋଗ୍ୟ ଯେ, ରବିବାର ଦିନ ସଦର ବିଧାୟକ ତଥା ବିଧାନସଭାର ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝିଙ୍କ ଗାଡି ଉପରକୁ ସ୍ପଷ୍ଟ ଦିବା ଲୋକରେ ସିରିଜ୍ ବୋମାମାଡ ଘଟଣାର ତିନି ଦିନ ପରେ ଅର୍ଥାତ ୧୪ ତାରିଖରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସହ ୫ଜଣଙ୍କୁ ଗିରଫ କରିବାରେ ସଫଳ  ହୋଇଥିଲା ।  ସିସିଟିଭି ଓ ସିଟି ସର୍ଭିଲାନ୍ସ ଆଧାରରେ ସମସ୍ତ ଦୁର୍ବୃତ୍ତଙ୍କୁ ଗିରଫ କରିଛି ପୋଲିସ । ସମସ୍ତ ଅଭିଯୁକ୍ତମାନେ ହେଲେ କେନ୍ଦୁଝର ଜିଲ୍ଲାର ।  ଗିରଫଙ୍କ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ପ୍ରତାପ ରାଉତଙ୍କ ସହ ମନମୋହନ ଦାସ , ବିଦ୍ୟାଧର ପରିଡା , ଶରତ ଜେନା ଓ ଶିଙ୍କୁଲ ଶେଖ ରହିଛନ୍ତି । ଏମାନେ ନମୋ ସେନା ନାମକ ଏକ ସଂଗଠନର ସଦସ୍ୟ । ଏମାନେ ବିଧାୟକଙ୍କୁ ପୂର୍ବରୁ ମଧ୍ୟ ଦୁଇ ଥର ଆକ୍ରମଣ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ଏହି ଆକ୍ରମଣ  ବ୍ୟକ୍ତିଗତ ଶତ୍ରୁତା ଓ ପଇସା ନେଣଦେଣକୁ ନେଇ ହୋଇଥିବା ଏସ୍‌ପି ସୂଚନା ଦେଇଥିଲେ ।

ବୋମାମାଡ ପ୍ରତିବାଦରେ କେନ୍ଦୁଝର ବିଜେପି ଦଳ ପକ୍ଷରୁ ଦୁଇ ଦୁଇ ଥର ସହର ମଧ୍ୟରେ ୪୯ ଓ ୨୦ ନମ୍ବର ଜାତୀୟ ରାଜପଥର ସଂଯୋଗସ୍ଥଳୀ ଗାନ୍ଧି ଛକଠାରେ ଦୁଇ ଦୁଇ ଥର ରାସ୍ତା ଅବରୋଧ କରିଥିଲେ । ଏହା ଛଡ ବିଜେପି ଦଳ ପକ୍ଷରୁ ୯ ଜଣ ବିଧାୟକଙ୍କର ଏକ ଡେଲିଗେସନ ଟିମ୍ କେନ୍ଦୁଝରଠାରେ ଆସି ପହଞ୍ଚିବା ସହ ଏସପିଙ୍କ ସହ ସର୍କିଟ ହାଉସଠାରେ ଆଲୋଚନା କରିଥିଲେ । ଏସ୍‌ପି ରାସ୍ତା ଅବରୋଧ ହଟାଇବା ସହ ୭ ଦିନ ସମୟ ଦେବାକୁ ଅନୁରୋଧ କରିଥିଲେ । ପରେ ପରେ ସମସ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ ।

   Related Posts