କରୋନା Lockdown ଘୋଷଣାକୁ ପୁରିଲା ମାସେ, ସାରା ଦେଶରେ ୨୩ ହଜାର ସଂକ୍ରମିତ, ମୃତ୍ୟୁ ସଂଖ୍ୟା ୭୧୮

Published By : Prameya-News7 Bureau | April 24, 2020 IST

ନୂଆଦିଲ୍ଲୀ ୨୪।୪:  ଦେଶରେ କରୋନା ଲକଡାଉନ୍ ଘୋଷଣାକୁ ଶୁକ୍ରବାର ମାସଟିଏ ପୁରିଛି। ୨୪ ମାର୍ଚ୍ଚ ରାତି ୮ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରି ସଂକ୍ରମଣର ଶୃଙ୍ଖଳ ଛିନ୍ନ କରିବା ଲାଗି ଲକଡାଉନ୍‌ ଜରୁରି ବୋଲି କହିଥିଲେ। ଏଥି ପାଇଁ ସରକାର ମାର୍ଚ୍ଚ ୨୫ରୁ ଦେଶରେ  ୨୧ ଦିନିଆ ଲକଡାଉନ୍ ଘୋଷଣା କରୁଥିବା ଦେଶବାସୀଙ୍କୁ କହିଥିଲେ ପ୍ରଧନମନ୍ତ୍ରୂୀ। ପ୍ରଥମ ଲକଡାଉନ୍‌ର ଅବଧି ୧୪ ଏପ୍ରିଲରେ ସମାପ୍ତ ହେବା ପୂର୍ବରୁ ସରକାର ମେ ୩ ପର୍ଯ୍ୟନ୍ତ ଦ୍ୱିତୀୟ ଲକଡାଉନ୍‌ ଘୋଷଣା କରିଛନ୍ତି। ତେବେ ଆସନ୍ତୁ ଜାଣିବା ଲକଡାଉନ ଅବଧିରେ କିପରି ରହିଛି ଦେଶର କରୋନା ସ୍ଥିତି। 

{"id":259260,"sizeSlug":"large"}

ଗତ ୧ ମାସ ଧରି ଲକଡାଉନ୍‌ ଯୋଗୁ ଜନଜୀବନ ସମ୍ପୂର୍ଣ୍ଣ ଥମିଯାଇଛି। ସାଧାରଣ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ହେଲେ ଏହି ସମୟରେ ସରକାରଙ୍କ ବିଭିନ୍ନ ପଦକ୍ଷେପ ଦେଶବାସୀଙ୍କୁ  ଆଶ୍ୱସ୍ତ କରିଛି। ରାଜ୍ୟ ସରକାରମାନଙ୍କ ସହ ମିଶି କେନ୍ଦ୍ର ସରକାର ଦେଶରେ ଅନେକ କୋଭିଡ ହସ୍ପିଟାଲ ଓ ଲ୍ୟାବ୍ ସ୍ଥାପନା କରିବାରେ ସଫଳ ହୋଇଥିବା ବେଳେ ସଂକ୍ରମିତଙ୍କ ଚିକିତ୍ସା ଲାଗି ଭେଣ୍ଟିଲେଟର ଓ ଅନ୍ୟାନ୍ୟ  ସରଞ୍ଜାମ ମଧ୍ୟ ଯୋଗାଡ କରିଛନ୍ତି। ଫଳରେ ୩୦ ଦିନରେ  ଦେଶର ଲ୍ୟାବ୍‌ ସଂଖ୍ୟା ୨ଗୁଣା ହୋଇଥିବା ବେଳେ କୋଭିଡ ହସ୍ପିଟାଲ ସଂଖ୍ୟା ୪ଗୁଣା ହୋଇପାରିଛି।

{"id":259261,"sizeSlug":"large"}

ଚୀନ ଉହାନରେ ଭୂତାଣୁ ସଂକ୍ରମଣ ଜଣାପଡିବା ବେଳକୁ ଶହଶହ ଲୋକେ ସଂକ୍ରମିତ ହୋଇସାରିଥିଲେ। ଏଣୁ ସଂକ୍ରମଣର ଭୟାବହତାକୁ ସରକାର ପୂର୍ବରୁ ଆକଳନ କରିନେଇଥିଲେ। ଫଳରେ ଲକଡାଉନ୍‌ ସମୟକୁ ସରକାର ଦେଶରେ କରୋନା  ପ୍ରସ୍ତୁତି ନିମନ୍ତେ ଉପଯୋଗ କରିଦେଇଥିଲେ। ପଳରେ  ଜନତା କର୍ଫ୍ୟୁ ପାଳନର ଦିନକ ପରେ ଆମ ଦେଶରେ ସଂକ୍ରମିତଙ୍କ ପରୀକ୍ଷଣ ଲାଗି ୧୦୦ଟି ସରକାରୀ ଓ ଘରୋଇ  ପ୍ରୟୋଗଶାଳା ଥିବା ବେଳେ ତାହା ଏବେ  ୩୨୫କୁ ବୃଦ୍ଧି ପାଇଛି। ଏହାଛଡା ଦେଶରେ  ପରୀକ୍ଷାର ନୂଆ ନୂଆ ସୁବିଧା ମଧ୍ୟ ବିକଶିତ ହୋଇଛି।

{"id":259262,"sizeSlug":"large"}

ସେହିପରି ଦେଶରେ ପ୍ରଥମ ସଂକ୍ରମଣ ବେଳେକୁ  ୧୬୩ଟି କୋଭିଡ ହସ୍ପିଟାଲ ଥିଲା। ଏଥିରେ ୪୭ ହଜାର ରୋଗୀଙ୍କ ଚିକିତ୍ସା ଲାଗି ବନ୍ଦୋବସ୍ତ ଥିବା ବେଳେ ହସ୍ପିଟାଲ ସଂଖ୍ୟା ୭୩୬ରେ  ପହଞ୍ଚିଛି। ଫଳରେ ଦେଶରେ ଏକକାଳୀନ ୨ ଲକ୍ଷ ଲୋକଙ୍କ ଚିକିତ୍ସା ଲାଗି ବ୍ୟବସ୍ଥା ହୋଇପାରିଛି।   ସେହିପରି ଲକଡାଉନ ଅବଧିରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୧ ହଜାର ୭୦୦ରେ ପହଞ୍ଚିଛି। ହେଲେ ଏବେବି ଅଧିକ ୧ଲକ୍ଷ ୮୦ ହଜାର ରୋଗୀଙ୍କ ଲାଗି ହସ୍ପିଟାଲ ପ୍ରସ୍ତୁତ ରହିଛି। କରୋନା ସଂକ୍ରମଣ ଯୋଗୁ ବିଶ୍ୱରେ ସବୁଠୁ ଯଦି ବଡ ସମସ୍ୟା କିଛି ଥାଏ ତାହା ହେଉଛି ହସ୍ପିଟାଲ ଓ ମେଡିକାଲ ଇକ୍ୟୁପମେଣ୍ଟର ଯୋଗାଣ। ହେଲେ ଏଥିଲାଗି ଭାରତ ନିଜକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ କରିପାରିଛି।

{"id":259263,"sizeSlug":"large"}

୨୩ ରାଜ୍ୟର ୭୮ ଜିଲ୍ଲାରୁ ୧୪ ଦିନରେ ଜଣେବି ସଂକ୍ରମିତ ନାହାନ୍ତି
ସେପଟେ ସରକାରଙ୍କ ଲକଡାଉନ୍ ପଦକ୍ଷେପ ଲୋକଙ୍କୁ କରୋନା ନେଇ ସଚେତନ କରିବାରେ ବେଶ୍ ସହାୟକ ହୋଇଛି।  ଲୋକେ ସାମାଜିକ ଦୂରତା ଅବଲମ୍ବନ କରୁଥିବା ବେଳେ ପରିସ୍କାର ପରିଛନ୍ନତା ପ୍ରତି ମଧ୍ୟ ଗୁରୁତ୍ୱ ଦେଉଛନ୍ତି।  ଫଳରେ ଲକଡାଉନରେ ଲୋକଙ୍କ ସଚେତନତାର ସୁଫଳ ଏବେ ମିଳିବାରେ ଲାଗିଲାଣି। ଦେଶର ୨୩ଟି ରାଜ୍ୟର ୭୮ଟି ଜିଲ୍ଲାରୁ ଗତ ୧୪ ଦିନ ହେଲା ସଂକ୍ରମଣର ଗୋଟିଏ ବି ଅଭିଯୋଗ ମିଳିନାହିଁ। ଦ୍ୱିତୀୟ ଲକଡାଉନ୍ ହଟିବାକୁ ଆହୁରି ଅନେକ ସମୟ ଅଛି। ସେତେବେଳେକୁ ଆହୁରି ଅନେକ ଜିଲ୍ଲା ସଂକ୍ରମଣ ମୁକ୍ତ ହୋଇସାରିଥିବେ ବୋଲି ଆଶା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.