ପାରାଦୀପ ସମୁଦ୍ରରେ ବୁଡି ଜଣେ ଛାତ୍ର ନିଖୋଜ ; ୨ ଛାତ୍ରଙ୍କୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
2/10/2018 at 10:23 AM

ଜଗତସିଂହପୁର ୨|୧୦: ପାରାଦୀପ ସମୁଦ୍ରରେ ବୁଡି ଜଣେ ଛାତ୍ର ନିଖୋଜ ହୋଇଛନ୍ତି । ଅନ୍ୟ ୨ ଛାତ୍ରଙ୍କୁ ଉଦ୍ଧାର କଲେ ଅଗ୍ନିଶମ ବିଭାଗ କର୍ମଚାରୀ । ନିଖୋଜ ଛାତ୍ରଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ ବିଭାଗ, ସ୍ଥାନୀୟ ମତ୍ସ୍ୟଜୀବୀ ଓ ତଟରକ୍ଷୀ ବାହିନୀ ଲାଗିଛନ୍ତି । ୩ ଜଣ ଯାକ ପାରାଦୀପ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ର ବୋଲି ଜଣାପଡିଛି । ସ୍କୁଲ ତରଫରୁ ବେଳାଭୂମିରେ ଗାନ୍ଧି ଜୟନ୍ତୀ ଉତ୍ସବ ପାଳନ ହେଉଥିଲା । ଏହି ସମୟରେ ସମୁଦ୍ରରେ ଗାଧୋଇଥିବା ବେଳେ ବୁଡିଯାଇଥିଲେ ୩ଜଣ ଛାତ୍ର ।