ମହାନଦୀରେ ଗାଧୋଉଥିବା ବେଳେ ଭାସିଯାଇ ଜଣେ ନିଖୋଜ, ୩ ଉଦ୍ଧାର

Published By : Prameya-News7 Bureau | September 01, 2019 IST

ସାଲେପୁର ୧।୯: ସାଲେପୁର କିଶନନଗର ଥାନା ମହାନଦୀର କିଶନନଗର ବ୍ରିଜ୍ ନିକଟରେ ୪ଜଣ ଶ୍ରମିକ ଗାଧୋଉଥିବା ବୁଡି ଯାଇଥିଲେ । ତିନି ଜଣଙ୍କୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରିଥିବା ବେଳେ ଜଣେ ନିଖୋଜ ଅଛନ୍ତି ।

{"id":151728}

ନିଖୋଜ ଥିବା ଯୁବକ ହେଉଛନ୍ତି ମୁନା ନାଥ । ଏମାନେ ହରିପୁର ଗାଁରେ ବାଉଁଶ କାଟିବା ପାଇଁ କେନ୍ଦ୍ରାପଡା ଜିଲ୍ଲା ଚାନ୍ଦୋଳ ଅଞ୍ଚଳରୁ ଆସିଥିଲେ। ମହାନଦୀରେ ପ୍ରଖର ଶ୍ରୋତ ଥିବାରୁ ଭାସି ଯାଇଥିଲେ ୪ଜଣ ଶ୍ରମିକ ।

{"id":151729}

ସ୍ଥାନୀୟ ଲୋକମାନେ ଦମକଳ ବାହିନୀକୁ ଖବର ଦେବାପରେ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.