Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପାରାଦୀପରେ ମାଛଧରା ଡଙ୍ଗା ଓଲଟି ଜଣେ ନିଖୋଜ, ୫ଜଣ ଉଦ୍ଧାର

4/09/2018 at 11:13 AM

ଜଗତସିଂହପୁର ୪|୯: ପାରାଦୀପ ନେହରୁ ବଙ୍ଗଳା ସମୁଦ୍ର ମୁହାଣରେ ଓଲଟିଲା ମାଛ ଧରା ଡଙ୍ଗା । ମାଛଧରା ଡଙ୍ଗା ଓଲଟି ଜଣେ ନିଖୋଜ ଥିବାବେଳେ ୫ଜଣଙ୍କୁ ଉଦ୍ଧାର କରାଯାଇଛି । ମତ୍ସ୍ୟଜୀବୀମାନେ ମାଛ ଧରିବାକୁ ଯାଇଥିବା ବେଳେ ସମୁଦ୍ର ମୁହାଣରେ ଡଙ୍ଗାଟି ଓଲଟି ପଡିଥିଲା । ଡଙ୍ଗାରେ ଥିବା ୬ ଜଣ ମତ୍ସ୍ୟଜୀବୀଙ୍କ ମଧ୍ୟରୁ ୫ ଜଣ ଉଦ୍ଧାର ହୋଇଥିବା ବେଳେ ଜଣେ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି । ସ୍ଥାନୀୟ ମତ୍ସ୍ୟଜୀବୀ ମାନେ ଡଙ୍ଗା ନେଇ ତାଙ୍କୁ ଖୋଜାଖୋଜି ଚଳାଇଛନ୍ତି । ସମୁଦ୍ରିକ ଥାନାକୁ ଖବର ଦିଆଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କେହି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିନାହାନ୍ତି ।

   Related Posts