କେନାଲରେ ଗାଧୋଇବା ବେଳେ ଭାସିଯାଇ ଜଣେ ନିଖୋଜ, ଜଣେ ଉଦ୍ଧାର
20/08/2019 at 5:46 PM

ସାଲେପୁର ୨୦|୮: କେନ୍ଦ୍ରାପଡା କେନାଲରେ ସାତବାଟିଆ ଠାରେ ଦୁଇଜଣ ଛାତ୍ର ଗାଧୋଉ ଥିବା ବେଳେ କେନାଲର ପାଣି ଭାସି ଯାଇଥିଲେ। ଜଣେ ନିଖୋଜ ଏବଂ ଜଣେ ଜୀବିତ ଉଦ୍ଧାର କରାଯାଇଛି । ନିଖୋଜ ଛାତ୍ର ରାଉଳ ଜନ ଓ ଜୀବିତ ଉଦ୍ଧାର ଛାତ୍ର ହେଲେ ସଞ୍ଜୟ ଜେନା। ନିଖୋଜ ଛାତ୍ର କଟକ ଜିଲ୍ଲା ଚୌଦ୍ବାରର, ଉଦ୍ଧାର ଛାତ୍ରଙ୍କ ଘର କଟକ ଖାନନଗର ।ଦୁଇ ଜଣ ଛାତ୍ର ମାମୁଁ ଘରକୁ ପୂର୍ବକଛ ଆସିଥିଲା ବେଳେ ନାଳରେ ଗାଧୋଉ ଥିବା ସମୟରେ ଖସିଯାଇଥିଲେ। ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ଖୋଜାଖୋଜି ଜାରି ରଖିଛି।
Related Posts
ଟଙ୍କା ପାଇଁ ନୃଶଂସ ପାଲଟିଲା ପୁଅ, କାଟିଲା ମାର ବେକ
16 January 2021
ଶୌଚ କରିବାକୁ ଯାଇ ମହିଳା ଗଣଦୁଷ୍କର୍ମର ଶିକାର: ଦିଅର ଗିରଫ, ପୁତୁରା ଫେରାର
16 January 2021