ମହାନଦୀରେ ଡଙ୍ଗା ବୁଡି ଜଣେ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

Published By : Prameya-News7 Bureau | January 11, 2020 IST

ଆଠଗଡ ୧୧।୧:  ଆଠଗଡ ବଡ଼ମ୍ବା ବ୍ଲକ୍ ଭଟ୍ଟାରିକା ମନ୍ଦିର ନିକଟରେ ମହାନଦୀରେ ଡଙ୍ଗା ବୁଡି ଜଣେ ନିଖୋଜ। ନିଖୋଜ ବ୍ୟକ୍ତି ବ୍ରହ୍ମପୁର ଅଞ୍ଚଳର ସୁନୀଲ କୁମାର ସାହୁ ବୋଲି ଜଣାପଡିଛି। ନିଖୋଜ ବ୍ୟକ୍ତି ଜଣଙ୍କ ଜଗତସିଂହପୁର ଜିଲ୍ଲାରେ ଏକ ଘରୋଇ ବିଦ୍ୟୁତ୍ କମ୍ପାନୀର ଅଧିକାରୀ । ଖବର ପାଇ ବଡ଼ମ୍ବା ଅଗ୍ନିଶମ ବିଭାଗ କର୍ମଚାରୀମାନେ ବହୁ ଖୋଜାଖୋଜି କରିବା ପରେ ବି ସୁନୀଲଙ୍କ କୌଣସି ଖବର ମିଳିପାରିନାହିଁ। ଗତକାଲି ସୁନୀଲ ତାଙ୍କ ସାଙ୍ଗସାଥୀମାନଙ୍କ ସହ ଭଟ୍ଟାରିକା ପୀଠରେ ବଣଭୋଜି କରିବା ପାଇଁ ଆସି ମହାନଦୀରେ ନିଖୋଜ ଅଛନ୍ତି ।

{"id":209731,"sizeSlug":"large"}

ସୂଚନାଯୋଗ୍ୟ ଯେ, ଜଗତସିଂହପୁର ଜିଲ୍ଲା ଏନଜେନ ଗ୍ଲୋବାଲ ସଲ୍ୟୁସେନ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀର ୩୫ରୁ ଅଧିକ କର୍ମଚାରୀ କଟକ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ପୀଠକୁ ଭୋଜି କରିବାକୁ ଆସିଥିଲେ । ସମସ୍ତ କର୍ମଚାରୀ ମଜାମସ୍ତି କରୁଥିବା ସମୟରେ କମ୍ପାନୀର ଡେପୁଟି ପ୍ରୋଜେକ୍ଟ ମ୍ୟାନେଜର ସୁନୀଲ କୁମାର ସାହୁ ଏବଂ ଅନ୍ୟ ଦୁଇଜଣ ନବ କିଶୋର ମହାନ୍ତି ଓ ଅନଜନ କୁମାର ନାୟକ ଏକ ହୁଲି ଡଙ୍ଗାରେ ନଦୀ ଭିତରକୁ ବୁଲିବାକୁ ଯାଇଥିଲେ । ଡଙ୍ଗାର ନାଉରିଆ ନଥିବାରୁ କୂଳରେ ଥିବା ହୁଲି ଡଙ୍ଗା ଖୋଲି ନିଜେ ନିଜେ ମହାନଦୀ ମଧ୍ୟକୁ ଯାଇଥିଲେ ।

{"id":209732,"sizeSlug":"large"}

ମହାନଦୀରେ କିଛିବାଟ ହୁଲି ଡଙ୍ଗାରେ ଯିବାପରେ ସୁନୀଲ ସାହୁ ସେଲଫି ନେବା ସମୟରେ ହୁଲି ଡଙ୍ଗା ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ଡଙ୍ଗାଟି ବୁଡିଯିବାରୁ ନବକିଶୋର ମହାନ୍ତି ଓ ଅନଜନ କୁମାର ନାୟକ ପହଁରି ପହଁରି କୂଳକୁ ଚାଲି ଆସିଥିଲ । ହେଲେ ସୁନୀଲ କୁମାର ସାହୁ ନିଖୋଜ ହୋଇଯାଇଥିଲେ । ଏପର୍ଯ୍ୟନ୍ତ ତାଙ୍କର କୌଣସି ସନ୍ଧାନ ମିଳିନଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.