ମାମୁଘରୁ ଫେରୁଥିବା ବେଳେ ଟ୍ରାକ୍ଟରରୁ ପଡ଼ି ନାବାଳକ ମୃତ
7/03/2021 at 8:35 PM

ତେଲକୋଇ, ୦୭/୦୩: ତେଲକୋଇ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଟ୍ରାକ୍ଟରରୁ ଖସି ପଡି ଜଣେ ନାବାଳକର ମୃତ୍ୟୁ ହୋଇଛି । ମୃତ ନାବାଳକ ଜଣକ ତେଲକୋଇ ଥାନା ବିମଳା ପଞ୍ଚାୟତର ଚଷାତଇଳା ଗ୍ରାମର ସିପୁନ ମୁଣ୍ଡା ହୋଇଥିବା ଜଣାପଡ଼ିଛି ।
ସୂଚନା ଅନୁସାରେ ସିପୁନ ଆଜି ଏକ ଟ୍ରାକ୍ଟରରେ ବସି କୁଳଙ୍ଗରୁ ନିଜ ଗ୍ରାମ ଚଷାତଇଳାକୁ ଫେରୁଥିବା ବେଳେ ଅସାଵଧାନତା ବଶତଃ ଟ୍ରାକ୍ଟରରୁ ଖସି ପଡ଼ିଥିଲେ । ତୁରନ୍ତ ତାଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
Related Posts
ସୁରଟରୁ ଫେରୁଥିଲେ ପ୍ରବାସୀ, ଟ୍ରେନ୍ରେ ଚାଲିଗଲା ଜୀବନ
20 April 2021