Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଟ୍ରକ ମାଡିଯାଇ ୧୪ ଶ୍ରମିକ ମୃତ
  • ||
  • ଧାନ ଖଳାକୁ ଯାଇଥିଲେ ନିରଞ୍ଜନ, କଚାଡି ମାରିଦେଲା ହାତୀ
  • ||

ଧାନ ଅମଳ ମେସିନ ଚାପାରେ ନାବାଳକ ମୃତ, ଅନ୍ୟ ଜଣେ ନାବାଳକ ଗୁରୁତର

15/12/2020 at 2:28 PM

ବିନିକା ୧୫।୧୨: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ମେଘଲା ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ଟ୍ରାକ୍ଟରରେ ଲଗା ହୋଇ ଯାଉଥିବା ସମୟରେ ଥ୍ରେସର ଓଲଟି ପଡିବାରୁ ଚାପି ହୋଇ ବାଳକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ହୋଇଛନ୍ତି ।

ମଙ୍ଗଳବାର ସକାଳୁ ମେଘଲା ପ୍ରଧାନପାଲି ଚାଷ ଜମିରେ ଖଳା କାମ ସାରି ଫେରୁଥିବା ଥ୍ରେସର ଏକ ହିଡରେ ଚଢିଯିବାରୁ ତାହା ଓଲଟି ପଡିଥିଲା  । ମେଘଲା ଗାଁର ୧୦ ବର୍ଷର ବାଳକ ପ୍ରଜା ତାଣ୍ଡି ଓ ୧୫ ବର୍ଷର ବାଳକ କ୍ରିଷ୍ଣା ତାଣ୍ଡି ଖେଳୁଥିବା ସମୟରେ ତାଙ୍କ ଉପରେ ଚାପି ହୋଇଯାଇଥିଲା  । ଫଳରେ ଘଟଣାସ୍ଥଳରେ ପ୍ରଜା ତାଣ୍ଡିଙ୍କର ମୃତ୍ୟୁ ହୋଇଥିବା ବେଳେ କ୍ରିଷ୍ଣା ତାଣ୍ଡି ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରୁତର କ୍ରିଷ୍ଣା ତାଣ୍ଡିଙ୍କୁ ବିନିକା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରି ବୁର୍ଲା ସ୍ଥାନାନ୍ତର କରାଯାଇଛି ।

   Related Posts