ସିଆରପିଏଫ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ, ଜଣେ ମାଓବାଦୀ ମୃତ

Published By : Prameya-News7 Bureau | June 20, 2019 IST

ସୀମଡେଗା ୨୦|୬: ଝାଡ଼ଖଣ୍ଡ ସୀମଡ଼େଗା ଜିଲ୍ଲା ବାନୋ ହୁର୍ମୀ ଜଙ୍ଗଲରେ ଆଜି ସକାଳୁ ସିଆରପିଏଫ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି । ଆଜି ସକାଳୁ ହର୍ମୁ ଜଙ୍ଗଲରେ ମାଓ କ୍ୟାମ୍ପ ଥିବାର ଖବର ପାଇଁ ସୀମଡ଼େଗା ଏସପି ନିର୍ମଳ ଗୋପ,  ସିଆରପିଏଫ କମାଣ୍ଡର ବୃଜିଶ ସିଂଙ୍କ ନିର୍ଦ୍ଦେଶରେ  କରାଯାଇଥିଲା ଅପରେସନ । ସିଆରପିଏଫ କ୍ୟାମ୍ପ ଠାବ କରିବାରେ ସକ୍ଷମ ହୋଇଥିବା ବେଳେ ମାଓକ୍ୟାମ୍ପରୁ ସିଆପିଏଫ ଯବାନଙ୍କ ଉପରକୁ ଆତର୍କିତ ଗୁଳି ଚଳାଇଥିଲେ ମାଓବାଦୀ । ସିଆରପିଏଫଙ୍କ ପାଲଟା ଗୁଳିରେ ଜଣେ ମାଓବାଦୀର ମୃତ୍ୟୁ ହୋଇଥିବା ବେଳେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ । ୩୦ରୁ ୪୦ ମାଓବାଦୀ ଥିବାର ସୂଚନା ମିଳିଥିବା ବେଳେ ୧୦୦ ରାଉଣ୍ଡ ଗୁଳି ବିନିମୟ ହୋଇଛି  ।

{"id":125147}

ମାଓ କ୍ୟାମ୍ପରୁ ସିଆରପିଏଫ ଗୋଟିଏ ଏକେ-୪୭ ଦୁଇଟି ମ୍ୟାଗାଜିନ୍, ୩୦ ଗୋଟି ଜୀବନ୍ତ ଗୁଳି, ୪ ଗୋଟି ଖୋକା , ୧୫ ମୋବାଇଲ ସହ ପ୍ରଚୁର ପରିମାଣରେ ମାଓ ସାମଗ୍ରୀ ଜବତ କରିଛି । ବର୍ତ୍ତମାନ ହୁର୍ମୀ ଜଙ୍ଗଲରେ କମ୍ବିଂ ଅପରେସନ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.