Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କଳାହାଣ୍ଡି ପୋଲିସ ଦ୍ବାରା ମାଓବାଦୀ ଗିରଫ

31/07/2019 at 2:39 PM

କଳାହାଣ୍ଡି ୩୧|୭: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ପୋଲିସ ଦ୍ବାରା ଜଣେ ମାଓବାଦୀ ଗିରଫ ହୋଇଛନ୍ତି । ଗିରଫ ମାଓବାଦୀ ବାରାଖୋଜ ଗାଁର ମାଙ୍ଗା ମାଝୀ । ତାଙ୍କ ବୟସ ୨୮ବର୍ଷ । ନେହେଲା ରିଜର୍ଭ ଫରେଷ୍ଟ ଅଞ୍ଚଳରୁ ଗିରଫ ହୋଇଛନ୍ତି । ମାଓବାଦୀଙ୍କଠାରୁ ଗୋଟିଏ ଦେଶୀ ବନ୍ଧୁକ, ୨୦ ଜିଲାଟିନ, ୫ ଇଲେଟ୍ରିକ ଡିଟୋନେଟର, ୯୫ ମିଟର ବିଦ୍ୟୁତ୍ ତାର, ୪୫ଟି ମାଓ ପ୍ରଚାର ପତ୍ର ଜବତ କରାଯାଇଛି । ସାମ୍ବାଦିକ ସମ୍ମିଳନୀରେ କଳାହାଣ୍ଡି ଆରକ୍ଷୀ ଅଧୀକ୍ଷକ ବାତୁଲା ଗଙ୍ଗାଧର ସୂଚନା ଦେଇଛନ୍ତି ।

   Related Posts