ମାଲକାନଗିରି ପୋଲିସ ନିକଟରେ ମାଓବାଦୀ ସାମ୍ବା ଖରା ଓ ୬ ମିଲିସିଆ କଲେ ଆତ୍ମସମର୍ପଣ

Published By : Prameya-News7 Bureau | March 18, 2020 IST

ମାଲକାନଗିରି ୧୮।୩: ମାଲକାନଗିରି ପୋଲିସ ନିକଟରେ ଜଣେ ମାଓବାଦୀଙ୍କ ସହ ୬ ମିଲିସିଆ ଆତ୍ମସମର୍ପଣ କରିଛନ୍ତି । ମାଓବାଦୀ ସାମ୍ବା ଖରା ଓରଫ ରଣଦେବଙ୍କ ସହ ଅନ୍ୟ ୬ଜଣ ଆତ୍ମସମର୍ପଣ କରିଛନ୍ତି । ରଣଦେବ ଆନ୍ଧ୍ର ଓଡିଶା ସ୍ପେଶାଲ ଜୋନାଲ କମିଟିର ସଦସ୍ୟ ହୋଇଥିବା ବେଳେ ତାଙ୍କ ନାମରେ ଚିତ୍ରକୋଣ୍ଡା ଥାନାରେ ପୂର୍ବରୁ ଅନେକ ମାମଲା ରହିଛି ।

{"id":240295,"sizeSlug":"large"}

ଏମାନେ ସମସ୍ତେ ଚିତ୍ରେକୋଣ୍ଡା ବିଚ୍ଛିନ୍ନାଞ୍ଚଳର ଅନେକ ହିଂସାକାଣ୍ଡରେ ଜଡିତ ଥିବା ମାଲକାନଗିରି ଏସପି କହିଛନ୍ତି । ମାଓ ସଂଗଠନରେ ଏବେ କୌଣସି ନିତି ଆଦର୍ଶ ନଥିବା ବେଳେ ସ୍ବାଭିମାନ ଅଞ୍ଚଳର ବିକାଶକୁ ଦେଖି ଏମାନେ ମାଓ ସଂଗଠନ ଛାଡି ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ମାଲକାନଗିରି ଏସପି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.