ମାଡ଼କାପଦର ଜଙ୍ଗଲରେ ଏନ୍‌କାଉଣ୍ଟର, ଯବାନଙ୍କ ଗୁଳିରେ ଜଣେ ମାଓବାଦୀ ନିହତ

Published By : Prameya-News7 Bureau | January 31, 2021 IST

ମାଲକାନଗିରି ୩୧।୦୧: ମାଲକାନଗିରିରେ ପୁଣି ଏନ୍‌କାଉଣ୍ଟର । ଏସଓଜି ଯବାନ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି । ମାଲକାନଗିରି ଜିଲ୍ଲା ମାଡ଼କାପଦର ଜଙ୍ଗଲରେ ଏହି ଗୁଳିବିନିମୟ ହୋଇଛି । ତେବେ ଯବାନଙ୍କ ଗୁଳିରେ ଜଣେ ମାଓବାଦୀ ନିହତ ହୋଇଥିବା ମଧ୍ୟ ସୂଚନା ମିଳିଛି ।

ତେବେ ମିଳିଥିବା ସୂଚନାନୁଯାୟୀ, ମାଲକାନଗିରି ଜିଲ୍ଲା ମାଡ଼କାପଦର ଜଙ୍ଗଲରେ ଏସ୍‌ଓଜି ଯବାନମାନେ କୁମ୍ବିଂ ଅପରେନସନ କରୁଥିଲେ । ତେବେ ହଠାତ୍‌ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କୁ ଦେଖି ମାଓବାଦୀମାନେ ଗୁଳିଚାଳନା ଆରମ୍ଭ କରିଥିଲେ । କିନ୍ତୁ ସୁରକ୍ଷାକର୍ମୀ ମାଓବାଦୀଙ୍କୁ ଗୁଳିମାଡ଼ ଦୃଢ ଜବାବ ଦେଇଥିଲେ । କିଛି ସମୟ ଧରି ଉଭୟଙ୍କ ମଧ୍ୟରେ ଗୁଳିବିନିମମୟ ଜାରି ରହିଥିଲା । ତେବେ ଯବାନଙ୍କ ଗୁଳିରେ ଜଣେ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି ।

ସେପଟେ ଜଙ୍ଗଲରେ ଏବେ ବି ଗୁଳି ବିନିମୟ ଜାରି ରହିଥିବାର ସୂଚନା ମିଳିଛି । ଯବାନମାନେ ଜଙ୍ଗଲରେ କୁମ୍ବିଂ ଅପରସେନକୁ ଜୋରଦାର କରାଯାଇଛି । ତେବେ କେତେ ପରିମାଣର ମାଓବାଦୀମାନେ ଥିଲେ , ତାହା ବର୍ତ୍ତମାନ ପର୍ଯ୍ୟନ୍ତ କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.