ରୋଷେଇ ବେଳେ ଫାଟିଲା ସିଲିଣ୍ଡର, ଜଣେ ଗୁରୁତର

Published By : Prameya-News7 Bureau | February 28, 2021 IST

କେନ୍ଦ୍ରାପଡା୨୮/୨: କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଗରାପୁର ଠାରେ ରନ୍ଧନ ଗ୍ୟାସ୍‌ ସିଲିଣ୍ଡର ଫାଟି ଜଣେ ଗୁରୁତର।ଗୁରୁତର ଜଣଙ୍କ ହେଲେ ପୀର ମହମ୍ମଦ୍। ତାଙ୍କ ବୟସ ୪୫ ବର୍ଷ। ମିଳିଥିବା ସୂଚନା ମୁତାବକ, ସନ୍ଧ୍ୟାରେ କାମରୁ ଫେରି ଘରେ ରୋଷେଇ କରୁଥିବା ବେଳେ ହଠାତ୍ ସିଲିଣ୍ଡରଟି ଫାଟି ଥିଲା।

ଫଳରେ ପୀର ମହମ୍ମଦଙ୍କ ଶରୀରର ପ୍ରାୟ ୭୫ ଭାଗ ପୋଡ଼ି ଯାଇଥିବା ବେଳେ ଘର ଭିତରେ ଥିବା ଆସବାବପତ୍ର ପୋଡ଼ି ନଷ୍ଟ ହୋଇଯାଇଛି। ତେବେ ଗୁରୁତର ଅବସ୍ଥାରେ ତାଙ୍କୁ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କାଟାପନ୍ନ ଥିବାରୁ କଟକ ବଡ ମେଡିକାଲକୁ ସ୍ଥାନନ୍ତର କରାଯାଇଛି। ତେବେ ସିଲିଣ୍ଡର ଫାଟିବାର କାରଣ ଏପର୍ଯ୍ୟନ୍ତ ଜଣାପଡି ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.