Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ଭଦ୍ରକରେ ମହାରାଷ୍ଟ୍ର ଫେରନ୍ତା: ଚିନ୍ତାରେ ଜିଲ୍ଲାବାସୀ, କଟକଣା ମାନିବା ବଦଳରେ ଛକ ଛକରେ ଚାଲିଛି ଲୋକଙ୍କ ମେଳି

22/02/2021 at 4:38 PM

ଭଦ୍ରକ୨୨/୨: କରୋନା କଟକଣାକୁ ଭୁଲି ଗଲେଣି ଭଦ୍ରକ ବାସିନ୍ଦା। କରୋନାର ନୂଆ ଷ୍ଟ୍ରେନ୍ ବା ନୂଆ ରୂପକୁ ନେଇ ଦେଶବାସୀ ଆତଙ୍କିତ ଅଛନ୍ତି। ଏହି କୌଣସି ପରିସ୍ଥିତିରେ ଓଡିଶାକୁ ଆସିପାରେ ବୋଲି ଆଶ ଆଶଙ୍କାରେ ରହିଛନ୍ତି ରାଜ୍ୟବାସୀ। ସେଥିପାଇଁ ମହାରାଷ୍ଟ୍ର ଫେରନ୍ତାଙ୍କ ପାଇଁ ଚିନ୍ତାରେ ରାଜ୍ୟ ସରକାର। ଭଦ୍ରକ ଜିଲ୍ଲାର ସ୍ଥିତି ଦେଖିଲେ, ଏମିତି ଲାଗୁଛି, ଯେମିତି କରୋନା କଟକଣାକୁ ସମ୍ପୂର୍ଣ୍ଣ ଫୁ କରି ନିଜ ନିଜ କାର୍ଯ୍ୟରେ ମାତିଛନ୍ତି।

ଏମିତି ସମୟରେ ଭଦ୍ରକ ଜିଲ୍ଲାରେ ଜଣେ ମହାରାଷ୍ଟ୍ର ଫେରନ୍ତା ରହିଛନ୍ତି। କିନ୍ତୁ ଭଦ୍ରକ ବାସିନ୍ଦା କରୋନା କଟକଣା ମାନିବା ବଦଳରେ ବିନା ମାସ୍କ ଏବଂ ସାମାଜିକ ଦୂରତାକୁ ଭୁଲି ଛକରେ ଛକରେ ମେଳି ବାନ୍ଧି ଗପସପ ଆରମ୍ଭ କରି ଦେଲେଣି। ବଜାର ଠାରୁ ବସଷ୍ଟାଣ୍ଡ ସବୁଆଡେ ବେଫିକର ଭାବେ ଘୂରି ବୁଲୁଛନ୍ତି ଅମାନିଆ। ପୋଲିସ ଓ ପ୍ରଶାସନ ଯେତେ ସଜାଗ ହେଉଛନ୍ତି ସେତେ ବେପରୁଆ ହେଉଛନ୍ତି ସାଧାରଣ ଲୋକେ।

ଏମିତି ସମୟରେ ଲୋକେ ନିଜେ ସଜାଗ ହେବାର ଆବଶ୍ୟକତା ରହିଛି । ପ୍ରଶାସନ ଏବେ ପୁଣି କରୋନା କଟକଣାକୁ ଲାଗୁ କରିବା ପାଇଁ ଅଣ୍ଟା ଭିଡିଛନ୍ତି । ଭଦ୍ରକ ଜିଲ୍ଲାରେ ଜଣେ ମହାରାଷ୍ଟ୍ର ଫେରନ୍ତା ଖବର ଜାଣିବା ପରେ ଏବେ ଭଦ୍ରକ ବାସୀ ଚିନ୍ତାରେ ଅଛନ୍ତି । ବୁଦ୍ଧିଜୀବୀମାନେ କହିଲେଣି ଯେ, ଭଦ୍ରକ ଜିଲ୍ଲାବାସୀ ଅଧିକ ସଜାଗ ହେବା ଆବଶ୍ୟକ। ଏବେ ସିନା କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା କମିଛି, କିନ୍ତୁ କୋଭିଡ୍ କଟକଣା ନମାନିଲେ ପରବର୍ତ୍ତୀ ସମୟରେ ଏହା ଭୟଙ୍କର ରୂପ ଧାରଣ କରି ପାରେ।

   Related Posts