ମୃତ୍ୟୁ ବି ଏମିତି ଆସେ ; ଖାଇବା ବେଳେ ଟଳି ପଡ଼ିଲେ ଅଗ୍ନିଶମ କର୍ମଚାରୀ, ମୃତ ଘୋଷଣା କଲେ ଡାକ୍ତର

Published By : Prameya-News7 Bureau | November 04, 2020 IST

ପାଟଣା ୦୪।୧୧: ମୃତ୍ୟୁ ବି ଏମିତି ଆସେ । କିଏ କେବେ ଜାଣିନଥାଏ, ମୃତ୍ୟୁ କିପରି ଆସିବ । ଏପରି ଏକ ଦୁଃଖଦ ଖବର ଆସିଛି ।  ଅଗ୍ନିଶମ କର୍ମଚାରୀଙ୍କ ଆକସ୍ମିକ ମୃତ୍ୟୁ ଘଟିଛି । କେନ୍ଦୁଝର ଜିଲ୍ଲା ପାଟଣା ଅଗ୍ନିଶମ କେନ୍ଦ୍ରରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ମୃତକ ମୟୁରଭଞ୍ଜ ଜିଲ୍ଲା ବଡସାହି ଥାନା କୁଳିଅଣା ଗାଁର ନିରଞ୍ଜନ ସିଂହ ବୋଲି ଜଣାପଡିଛି ।

ସୂଚନାନୁଯାୟୀ, ଆଜି ନିରଞ୍ଜନ ଖାଉଥିବା ସମୟରେ ହଠାତ୍‌ ଟଳି ପଡିଥିଲେ । ସେଠାରେ ଉପସ୍ଥିତ ଥିବା ସହକର୍ମୀ ମାନେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । ମେଡିକାଲରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.