Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କରୋନା ସଂକ୍ରମଣରୁ ସୁସ୍ଥ ହେବାର ୧୫ଦିନ ପରେ ସନ୍ଦେହଜନକ ମୃତ୍ୟୁ

13/07/2020 at 2:06 PM

ସାଲେପୁର ୧୩।୦୭: ପ୍ରବାସୀ ଓଡ଼ିଆଙ୍କ ସନ୍ଦେହ ଜଣକ ମୃତ୍ୟୁ ଘଟିଛି । ମୃତକ ହେଲେ କଟକ ଜିଲ୍ଲା କିଶନ ନଗର ଥାନା ଗଙ୍ଗାପୁର୍ ଗ୍ରାମର ସୁଶାନ୍ତ ମହାନ୍ତି (୫୨)। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ପୋଲିସ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ଗାଁ ନିକଟରେ ଥିବା ଏକ ଆମ୍ବ ବଗିଚାରେ ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା । ଆଜି ସକାଳ ସମୟରେ ସେହିପ  ଗ୍ରାମର  ଜଣେ ଯୁବକ ନିଜ ବିଲକୁ କାମ କରିବା ପାଇଁ ଯାଇଥିଲା । କିନ୍ତୁ ହଠାତ୍‌ ବଗିଚାରେ ତାଙ୍କ ମୃତଦେହ ପଡିଥିବାର ଦେଖିବାକୁ ପାଇଥିଲେ । ସୁଶାନ୍ତଙ୍କ ମୃତଦେହ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲା । ତେବେ ଖବର ପାଇ ପରିବାର ଲୋକେ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । ପୋଲିସ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ରିପୋର୍ଟ ଆସିବା ପରେ ଘଟଣାସମ୍ପର୍କରେ ଜଣାପଡିବ ବୋଲି ସୂଚନା ରହିଛି । ଘଟଣାରେ କିଶନନଗର ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

ତେବେ ମୃତ ସୁଶାନ୍ତ ଗତ କିଛି ଦିନ ତଳେ ଗୁଜୁରାଟରୁ ଫେରିଥିଲେ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ତାଙ୍କୁ ରାମେଶ୍ୱର ସ୍ଥିତ ସଂଘରୋଧ କେନ୍ଦ୍ରରେ ରହିଥିଲେ। ସେଠାରେ ତାଙ୍କର କରୋନା ରିପୋର୍ଟ ପଜିଟିଭ ଆସିଥିଲା । ଯାହାପରେ ତାଙ୍କୁ କଟକ ସ୍ଥିତ ଅଶ୍ୱିନୀ କୋଭିଡ଼ି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ମେଡିକାଲରେ ଚିକିତ୍ସା ହେବା ପରେ, ସେଠାରୁ ସେ ସୁସ୍ଥ ହୋଇ ଘରକୁ ମାସ ତଳେ ଫେରିଥିଲେ। କିନ୍ତୁ ହଠାତ୍‌ ଏବେ ତାଙ୍କର ମୃତ୍ୟୁ କରିବା ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି  । ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। କଣ ପାଇଁ ମୃତ୍ୟୁ ହୋଇଛି ପୋଲିସ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଜଣାପଡିବ।

   Related Posts